ମୁମ୍ବାଇ: ବଲିଉଡ ଷ୍ଟାର ରଣବୀର ସିଂ ଓ ଦୀପିକା ପାଦୁକୋନ ଶନିବାର ଟୋକିଓ ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ସହିତ ଡିନର କରିଛନ୍ତି । ଏମାନେ ମହାରାଷ୍ଟ୍ର ମୁମ୍ବାଇର ୱର୍ଲିର ଏକ ସୁନ୍ଦର ରେଷ୍ଟୁରାଣ୍ଟରେ ଡିନର କରିଛନ୍ତି । ଏହି ଭୋଜନ ସମୟର ଫଟୋ ସୋସିଆଲ ମଡ଼ିଆରେ ଖୁବ ଭାଇରାଲ ହେଉଥିବା ବେଳେ ରଣବୀର ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସେଲଫି ସେୟାର କରିଛନ୍ତି ।
ଏହି ରାତ୍ରି ଭୋଜନ ସମୟରେ ରଣବୀର ଡେନିମ ଜିନ୍ସ ସହିତ ଏକ ଫ୍ଲୋରାଲ ପ୍ରିଣ୍ଟର ଡ୍ରେସ ପିନ୍ଧିଥିବା ବେଳେ ଦୀପିକା ବ୍ଲାକ ଆଣ୍ଡ ହ୍ବାଇଟ ଡ୍ରେସରେ ଲାଗୁଥିଲେ ବହୁତ ସୁନ୍ଦର । ସେପଟେ ସ୍ପୋର୍ଟସ ପର୍ସନ ସିନ୍ଧୁ ମଧ୍ୟ ହ୍ବାଇଟ ରଙ୍ଗର ଏକ ଡ୍ରେସ ପିନ୍ଧିଥିଲେ । ଟୋକିଓ ଅଲମ୍ପିକ୍ସ ୨୦୨୦ରେ ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ସିନ୍ଧୁ । ସେପଟେ ଦୀପିକାଙ୍କ ପିତା ଜଣେ ବ୍ୟାଡମିଣ୍ଟନ ପ୍ଲେୟାର ହୋଇଥିବାରୁ ସିନ୍ଧୁଙ୍କ ସହିତ ଦୀପିକାଙ୍କ ଭଲ ବଣ୍ଡିଂ ରହିଛି । ଏହା ପୂର୍ବରୁ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରି ଅନେକ ସେଲିବ୍ରିଟି ସିନ୍ଧୁଙ୍କର କରିଥିଲେ ଗ୍ରାଣ୍ଡ ୱେଲକମ ।
ଏହି ଗେଟ ଟୁଗେଦରରେ ସାଉଥ ସୁପରଷ୍ଟାର ଚିରଞ୍ଜୀବଙ୍କ ସମେତ ରାମଚରଣ ତେଜା, ରାଣା ଦଗ୍ଗୁବତୀ, ନାଗାର୍ଜୁନ, ସାଇଧର୍ମ ତେଜ ଓ ଅନେକ ଦକ୍ଷିଣ ସିନେ ଜଗତର ଷ୍ଟାର ରହିଥିଲେ । ସିନ୍ଧୁଙ୍କ ଏହି ସଫଳତା ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା । ସେପଟେ ଦୀପିକାଙ୍କ କାମ ସମ୍ପର୍କରେ ଆଲୋଚନା କଲେ ସେ ହ୍ରିତିକ ରୋଶନଙ୍କ ସହିତ ଫିଲ୍ମ ଫାଇଟର, ଶାହାରୁଖ ଖାନଙ୍କ ସହିତ ଫିଲ୍ମ ପଠାନ, ସ୍ବାମୀ ରଣବୀର ସିଂଙ୍କ ସହିତ ସ୍ପୋର୍ଟସ ଡ୍ରାମା ଫିଲ୍ମ '83'ରେ ନଜର ଆସିବେ । ବିବାହ ପରେ ପ୍ରଥମ ଥର ପାଇଁ ଦୀପିକା ଓ ରଣବୀରଙ୍କୁ ଏକାଠି ପରଦାରେ ଦେଖିବେ ଦର୍ଶକ ।
ସେପଟେ ରଣବୀର ଫିଲ୍ମ '83' ସହିତ 'ସର୍କସ', 'ତଖ୍ତ', 'ରକି ଔର ରାନୀ କି ପ୍ରେମ କାହାନୀ' ଭଳି ଫିଲ୍ମରେ ନଜର ଆସିବେ । ଗଲି ବୟ ପରେ ରଣବୀର ସିଂ ଓ ଆଲିଆ ଭଟ୍ଟ ଏକାଠି ରକି ଔର ରାନୀ କି ପ୍ରେମ କାହାନୀରେ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ