ମୁମ୍ବାଇ: ନିକଟରେ ଆଇଫାରେ ଯୋଗ ଦେଇଥିଲେ ଅନେକ ବଲିଉଡର ସେଲିବ୍ରିଟି । ଯେଉଁଥିରେ ନଜର ଆସିଥିଲେ ଦୀପିକା ପାଦୁକୋନ । ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କ ଆଇଫା ଲୁକ ଖୁବ୍ ଭାଇରାଲ ହେବାରେ ଲାଗିଛି । ପର୍ପଲ ଡ୍ରେସରେ ଫ୍ୟାନ୍ସଙ୍କୁ ଦୀପିକାଙ୍କ ଲୁକ ଖୁବ୍ ଆକର୍ଷଣୀୟ ଲାଗୁଛି । ଯେଉଁ ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ଦୀପିକା ।
ଦୀପିକାଙ୍କ ଭାଇରାଲ ଫଟୋକୁ ଫ୍ୟାନ୍ସ ପସନ୍ଦ କରୁଥିବା ବେଳେ । ସେହିଠାରେ ସୋସିଆଲ ମିଡିଆର କିଛି ୟୁଜର୍ସ ଫଟୋ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।
କଥାଟି ହେଲା କି ଦୀପିକାଙ୍କ ଫଟୋରେ ତାଙ୍କ ଟମି ଦେଖା ଯାଉଛି । ଯାହାକୁ ଆଧାର କରି ତାଙ୍କୁ ୟୁଜର୍ସ ପ୍ରଶ୍ନ କରିଛନ୍ତି କି କଣ ଆପଣ ଗର୍ଭବତୀ ଅଛନ୍ତି ? କିନ୍ତୁ ବାସ୍ତବରେ ଦୀପିକା ଗର୍ଭବତୀ ନାହାଁନ୍ତି । ସେ ଫଟୋରେ ଏପରି ପୋଜ ଦେଇ ଠିଆ ହୋଇଛନ୍ତି । ଯାହାଦ୍ବାରା ତାଙ୍କ ଟମି ବାହାରକୁ ଦେଖାଯାଉଛି ।
ପ୍ରକାଶ ଥାଉକି ଦୀପିକାଙ୍କ ପୂର୍ବରୁ ପ୍ରିୟଙ୍କା ଚୋପ୍ରାଙ୍କ ମଧ୍ୟ ଗର୍ଭବତୀ ଖବର ନିଆଁ ପରି ସୋସିଆଲ ମିଡିଆରେ ବ୍ୟାପି ଯାଇଥିଲା ।
ଖୁବଶୀଘ୍ର ଦୀପିକା ଓ ରଣବୀର ସିଂ ‘83’ ଫିଲ୍ମରେ ନଜର ଆସିବେ । ବିବାହ ପରେ ଏହି ଯୋଡି ପ୍ରଥମଥର ଏକାଠି ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ । ଏହାସହ ଦୀପିକା ମେଘନା ଗୁଲଜାରଙ୍କ ଫିଲ୍ମ ‘ଛପାକ’ରେ ମଧ୍ୟ ଦେଖାଯିବେ । ଏହି ଦୁଇଟି ଫିଲ୍ମ ବାସ୍ତବ କାହାଣୀକୁ ନେଇ ଆଧାରିତ ।