ETV Bharat / sitara

ଲୋନ ନେଇ ଷ୍ଟାଫଙ୍କୁ ଦରମା ଦେବେ ଅଭିନେତା ଦୀପକ

author img

By

Published : Apr 16, 2020, 2:59 PM IST

ଲୋକପ୍ରିୟ ଅଭିନେତା ଦୀପକ ଡୋବରିୟାଲଙ୍କ ବଡ ଘୋଷଣା। ଲକଡାଉନରେ ମଧ୍ୟ ନିଜ ଷ୍ଟାଫଙ୍କୁ ଦେବେ ଦରମା।

deepak dobriyal
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପକ ଡୋବରିୟାଲ

ମୁମ୍ବାଇ: ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଅନେକ ଲୋକ। କୋରୋନା ଭାଇରସ ସହ ଲଢିବା ପାଇଁ ଚେଷ୍ଟା ଚଳାଇଛନ୍ତି ଦେଶବାସୀ। ଜନସାଧାରଣଙ୍କଠୁ ନେଇ ସେଲିବ୍ରିଟି ନିଜ ନିଜ ଘରେ ରହି ସୁରକ୍ଷିତ ଅଛନ୍ତି । ହେଲେ ଲକଡାଉନ ପାଇଁ ଅନେକ ଲୋକଙ୍କ କାମ ମଧ୍ୟ ଠପ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଅନେକ ସେଲିବ୍ରିଟି ଜନସାଧାରଣଙ୍କୁ ନିଜ କ୍ଷମାତା ହିସାବରେ ସାହାଯ୍ୟ କରୁଛନ୍ତି । ଏବେ ଆଉ ଜଣେ ଅଭିନେତା ଏହି ଅଭିଯାନରେ ସାମିଲ ହୋଇଛନ୍ତି।

ଫେମସ ଅଭିନେତା ଦୀପକ ଡୋବରିୟାଲ କହିଛନ୍ତି ସେ ବ୍ୟାଙ୍କରୁ ଲୋନ ନେଇ ନିଜ ଷ୍ଟାଫଙ୍କୁ ଦରମା ଦେବେ। ପ୍ରକାଶିତ ହୋଇଥିବା ଏକ ଖବରରେ ସେ କହିଥିଲେ ଏଭଳି ପରିସ୍ଥିତିରେ ଷ୍ଟାର୍ସ ମାନେ ଚିନ୍ତିତ ଅଛନ୍ତି । ତେବେ ଗରିବ କିପରି ଏହାର ସାମ୍ନା କରିବେ। ତାଙ୍କ ପାଇଁ ପାଖାପାଖି 6-7 ଜଣ ଲୋକ କାମ କରୁଛନ୍ତି । ସମସ୍ତେ ଭିନ୍ନ ଭିନ୍ନ କାମ କରନ୍ତି ।

ସେ ନିଜ ଷ୍ଟାଫଙ୍କୁ କଥା ଦେଇଛନ୍ତି ଯେ ଲକଡାଉନରେ ମଧ୍ୟ ସେ ସମସ୍ତଙ୍କୁ ଦରମା ଦେବେ । ତେବେ ଏହା ପାଇଁ ତାଙ୍କୁ ଲୋନ ନେବାକୁ ପଡିଲେ ସେ ପଛ ଘୁଞ୍ଚା ଦେବେ ନାହିଁ । ସେ ଯେକୌଣସି ଉପାୟରେ ନିଜ ଷ୍ଟାଫଙ୍କୁ ଦରମା ଦେବାକୁ ଚେଷ୍ଟା କରିବେ ବୋଲି ଦେଇଥିବା ସାକ୍ଷାତକାରରେ କହିଥିଲେ ଦୀପକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.