ETV Bharat / sitara

Cruise Ship Raid; ନିର୍ମାତା ଇମତିଆଜ ଖେତ୍ରୀଙ୍କ ବାସଭବନ ଓ କାର୍ଯ୍ୟାଳୟରେ NCBର ଚଢାଉ

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ରହୁଥିବା ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖେତ୍ରୀଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ କରିଛି ଏନସିବି । ଅଧିକ ପଢନ୍ତୁ..

author img

By

Published : Oct 9, 2021, 12:50 PM IST

କ୍ରୁଜ ଡ୍ରଗ୍ସ ପାର୍ଟି ମାମାଲା ;ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖେତ୍ରୀଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା । ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ରହୁଥିବା ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖେତ୍ରୀଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ କରିଛି ଏନସିବି । କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ସମ୍ପୃକ୍ତି ଥିବା କିଙ୍ଗଖାନଙ୍କ ପୁଅ ଆର୍ୟାନ ଖାନ, ଅର୍ବାଜ ସେଠ ମରଚାଣ୍ଟ, ମୁନମୁନ୍ ଧାମଚାଙ୍କ ଜାମିନ ଆବେଦନକୁ ଶୁକ୍ରବାର ଖାରଜ କରିଥିଲେ ମୁମ୍ବାଇର ଏସପ୍ଲାନେଡ କୋର୍ଟ ।

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ଉପଯୁକ୍ତ ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ଉପନୀତ ହେବା ପାଇଁ ପ୍ରୟାସ କରୁଛି । ଏହି ମାମଲା ପାଇଁ ଯଥେଷ୍ଟ ପ୍ରମାଣ ରହିଛି । ଯାହା କୋର୍ଟରେ ଉପସ୍ଥାପିତ ହେବ ବୋଲି କହିଛନ୍ତି ଏନସିିବି ମୁମ୍ବାଇ ଜୋନର ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେ । ଅକ୍ଟୋବର ୨ରେ ଗୋଆ ଅଭିମୁଖେ Cordelia କ୍ରୁଜ ଉପରେ ରେଡ୍ କରିଥିଲେ ଏନସିବି । ରେଡ୍ ବେଳେ ଘଟଣାସ୍ଥଳରୁ କୋକାଇନ, ମେଫେଡ୍ରୋନ, ହାଶିସ୍, ହାଇଡ୍ରୋପୋନିକ ଏବଂ MDME ଭଳି ବିଭିନ୍ନ ପ୍ରକାର ଡ୍ରଗ୍ସ ଜବତ କରାଯାଇଥିଲା ।

ଏହି ଘଟଣାରେ ୧୮ ଜଣଙ୍କୁ ଗିରଫ କରାଯାଇଥିଲା । ସେଥିମଧ୍ୟରୁ ଜଣେ ନାଇଜେରିଆନ ମଧ୍ୟ ରହିଥିବା ସୂଚନା ଦେଇଥିଲା ଏନସିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.