ETV Bharat / sitara

ଆଇସୋଲେସନରେ ରହିବେ ସୋନମ !

author img

By

Published : Mar 18, 2020, 3:12 PM IST

ସ୍ବାମୀଙ୍କ ସହ ଭାରତ ଫେରିଛନ୍ତି ଅଭିନେତ୍ରୀ ସୋନମ କପୁର। ଏବେ କୋରୋନା ଭାଇରସ ସତର୍କତା ପାଇଁ ଆଇସୋଲେସନରେ ରହିବାକୁ ଯାଉଛନ୍ତି।

sonam kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର

ମୁମ୍ବାଇ: କୋରୋନା ଭାଇରସ ଆତଙ୍କରେ ଅଧିକାଂଶ ଲୋକ ଘର ବାହାରକୁ ଯାଉନାହାଁନ୍ତି । ଆଉ ଅନେକ ଯାତ୍ରା କରିବାରୁ ବଞ୍ଚୁଛନ୍ତି। ଜନସାଧାରୁଣଙ୍କ ଠୁ ନେଇ ସେଲିବ୍ରିଟି ଏହି ଭାଇରସରୁ ସୁରକ୍ଷିତ ରହିବାକୁ ଚେଷ୍ଟା ଚଳାଇଛନ୍ତି।

ସେପଟେ ବି-ଟାଉନର ଡିଭା ସୋନମ କପୁର ଲଂଣ୍ଡନରୁ ଭାରତ ଫେରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଖୁବ୍ ଭାଇାଲ ହେବାରେ ଲାଗିଛି। ଯେଉଁଥିରେ ସେ ମାସ୍କ ପିନ୍ଧି ଫ୍ଲାଇଟରେ ବସିଥିବାର ଦେଖାଯାଉଛନ୍ତି।

ସେହିପରି ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଭାରତ ଫେରିବାର ସୂଚନା ଫ୍ୟାନ୍ସଙ୍କୁ ଦେଇଛନ୍ତି। ଏହାସହ ସେ ବଡ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ସେ ନିଜକୁ ଆଇସୋଲେସନରେ ରଖିବାକୁ ଯୋଜନା କରିଛନ୍ତି। ଏହାଦ୍ବାରା ଅନ୍ୟ ଲୋକ ସୁରକ୍ଷିତ ରହିବେ ବୋଲି ସେ କହିଛନ୍ତି। ଭାରତ ଏୟାରପୋର୍ଟରେ ତାଙ୍କର ଅନେକଥର ଟେଷ୍ଟ ହୋଇସାରିଛି । ବର୍ତ୍ତମାନ ସେ ଘରେ ଅଛନ୍ତି କିନ୍ତୁ ଖୁବଶୀଘ୍ର ସେ ନିଜକୁ ଆଇସୋଲେସନରେ ରଖିବାକୁ ଯାଉଛନ୍ତି।

ପ୍ରକାଶ ଥାଉକି ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି । ଯାହାଦ୍ବାରା ସୋମବାର ଲଂଣ୍ଡନରୁ ଫେରିଥିବା ଭଜନ ସମ୍ରାଟ ଅନୁପ ଜଲୋଟାଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି । ଏହାର ସୂଚନା ସେ ସୋସିଆଲ ମିଡିଆରେ ଦେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.