ETV Bharat / sitara

ଆର୍ଟିକିଲ-15 ବିରୋଧରେ ବିଦ୍ରୋହ

ଫିଲ୍ମର ଟ୍ରେଲର ରିଲିଜ ପରଠୁ ଫିଲ୍ମକୁ ନେଇ ବିବାଦ ଦେଖାଦେଇଛି । ସେନସର ବୋର୍ଡର ପ୍ରାୟ 5ଟି କଟ୍ ପରେ ଫିଲ୍ମକୁ ରିିଲିଜ କରାଯାଇଛି । ମାତ୍ର ଫିଲ୍ମକୁ ନେଇ ଏବେ ଦେଖାଦେଇଛି ବିବାଦ । ବ୍ରାହ୍ମଣ ସମାଜ କରିଛି ଆନ୍ଦୋଳନ ।

author img

By

Published : Jun 29, 2019, 2:33 PM IST

ଫଟୋ ସୌଜନ୍ୟ: ଏ ଏନ ଆଇ

ହାଇଦ୍ରାବାଦ: ଅନୁଭବ ସିହ୍ନାଙ୍କ ଫିଲ୍ମ ଆର୍ଟିକିଲ-15କୁ ନେଇ ବିବାଦ ଲାଗି ରହିଛି । ସମାଜର କିଛି ନିର୍ଦ୍ଧିଷ୍ଟ ବର୍ଗକୁ ଫିଲ୍ମ ଆଘାତ ଦେଇପାରେ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା, ଯାହା ଏବେ ସତ ହୋଇଛି । ନିକଟରେ ଫିଲ୍ମର ରିଲିଜକୁ ବିରୋଧ କରି ବିଭିନ୍ନ ଅଞ୍ଚଳର ବ୍ରାହ୍ମଣ ସମାଜ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଫିଲ୍ମଟି ଉତ୍ତରପ୍ରଦେଶର ଏକ ସତ୍ୟ ଘଟଣା ଉପରେ ଆଧାରିତ । 2014ରେ ଦୁଇ ନାବାଳିକାଙ୍କୁ ଗଣବଳାତ୍କାର କରି ହତ୍ୟା କରାଯାଇଥିଲା । ତେବେ ଏହି ଘଟଣାରେ ବ୍ରାହ୍ମଣ ସମାଜର କିଛି ଲୋକ ସମ୍ପୃକ୍ତ ଥିବା ନେଇ ଫିଲ୍ମରେ ଦର୍ଶାଯାଇଛି । ମାତ୍ର ଅଖିଳ ଭାରତୀୟ ବ୍ରାହ୍ମଣ ସମାଜର କହିବା କଥା ଏହି ହତ୍ୟାକାଣ୍ଡରେ ବ୍ରାହ୍ମଣ ସମାଜର କୌଣସି ସମ୍ପୃକ୍ତି ନାହିଁ । ସେମାନଙ୍କ କହିବା କଥା ଫିଲ୍ମରେ ଜାତିବାଦକୁ ବିରୋଧ କରାଯାଇଛି । ଯାହା ସ୍ବାଗତଯୋଗ୍ୟ କିନ୍ତୁ ବ୍ରାହ୍ମଣ ସମାଜର ହତ୍ୟାକାଣ୍ଡରେ ସମ୍ପୃକ୍ତିକୁ ଭୁଲ ବୋଲି ଦର୍ଶାଇଛି ଏହି ସଂଘ ।

article-15
ଫଟୋ ସୌଜନ୍ୟ: ଏ ଏନ ଆଇ

ତେବେ ଏନେଇ ସରକାର ଫିଲ୍ମର ରିଲିଜ ଉପରେ ରୋକ ଲଗାଇବା ପାଇଁ ଅନୁରୋଧ କରିଥିଲା ମାତ୍ର ସବୁ ବାଧା ସତ୍ତ୍ବେ ଫିଲ୍ମଟି ରିଲିଜ ହୋଇଥିଲା । ଫିଲ୍ମ ରିଲିଜ ହେବା ପରେ ଥିଏଟର ସାମ୍ନାରେ ବ୍ରାହ୍ମଣ ସମାଜ ଆନ୍ଦୋଳନ କରି ଫିଲ୍ମର ପୋଷ୍ଟରକୁ ଚିରି ଦେଇଥିଲେ । ଏହାସହ ଫିଲ୍ମର ନାମକୁ ମଧ୍ୟ ବିରୋଧ କରିଥିଲେ । ପ୍ରକାଶଥାଉକି, ପୂର୍ବରୁ ଆୟୁଷମାନ କହିଥିଲେ କି ଫିଲ୍ମ କୌଣସି ସମ୍ପ୍ରଦାୟକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ ।

ଫିଲ୍ମଟି 28 ଜୁନରେ ପରଦାକୁ ଆସିଛି । ଦର୍ଶକ ମଧ୍ୟ ଫିଲ୍ମକୁ କାଫି ପସନ୍ଦ କରୁଛନ୍ତି । ରିଲିଜ ପୂର୍ବରୁ ମୁମ୍ବାଇରେ ସେଲିବ୍ରିଟିଙ୍କ ପାଇଁ ଏକ ସ୍ପେଶାଲ ସ୍କ୍ରିନିଂ କରାଯାଇଥିଲା । ଏଥିରେ ଅନେକ ବଲିଉଡ କଳାକାର ସମେତ ଟେଲିଭିଜନ କଳାକାର ସାମିଲ ହୋଇଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.