ETV Bharat / sitara

ବଦଳିବ 'ମେଣ୍ଟାଲ ହେ କ୍ୟା'ର ଟାଇଟଲ - film

ଦୀର୍ଘ ସମୟରୁ 'ମେଣ୍ଟାଲ କେ କ୍ୟା' ଫିଲ୍ମର ଟାଇଟଲକୁ ନେଇ ବିବାଦ ଦେଖା ଦେଇଥିଲା । ଏହି ବିବାଦକୁ ଶେଷ କରିବାକୁ ଯାଇ ମେକର୍ସ ବର୍ତ୍ତମାନ ଫିଲ୍ମର ଟାଇଟଲ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରାଜକୁମାର ରାଓ
author img

By

Published : Jun 29, 2019, 11:18 PM IST

Updated : Jun 29, 2019, 11:58 PM IST

ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରଣାୱତ ଓ ରାଜକୁମାର ରାଓଙ୍କ ଅପକମିଂ ଫିଲ୍ମ 'ମେଣ୍ଟାଲ ହେ କ୍ୟା' ଏବେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି । କିନ୍ତୁ ଦୀର୍ଘ ସମୟରୁ ଫିଲ୍ମର ଟାଇଟଲକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଏହି ବିବାଦକୁ ଶେଷ କରିବା ପାଇଁ ବର୍ତ୍ତମାନ ମେକର୍ସ ଫିଲ୍ମର ଟାଇଟଲ ବଦଳାଇବାକୁ ଯାଉଛନ୍ତି ।

ଶୁଣିବାକୁ ମିଳୁଛି ଯେ ଏବେ 'ମେଣ୍ଟାଲ ହେ କ୍ୟା' ବଦଳାଇ 'ଜଜମେଣ୍ଟାଲ' ରଖାଯିବ । ଅନ୍ୟପଟେ କଙ୍ଗନା ଏକ ସାକ୍ଷାତକାରରେ କହିଥିଲେ କି ଫିଲ୍ମର ନାମ ପରିବର୍ତ୍ତନ କରାଯିବ କିନ୍ତୁ ବେଶି ନୁହେଁ । କାରଣ ପୁରା ଫିଲ୍ମଟି ଏହାକୁ ନେଇ ପର୍ଯ୍ୟବେଶିତ ହୋଇଛି ।

ଫିଲ୍ମର ଟାଇଟଲ ପରିବର୍ତ୍ତନ କରାଯିବାର ଅଧିକାରୀକ ଘୋଷଣା ଏଯାବତ ହୋଇନାହିଁ । ପ୍ରକାଶ ଥାଉକି ଫିଲ୍ମର ଟାଇଟଲକୁ ନେଇ ଇଣ୍ଡିଆନ ସାଇକ୍ୟାଟ୍ରିକ ସୋସାଇଟି ସେନ୍ସର ବୋର୍ଡରେ ଆପତ୍ତି ପ୍ରକାଶ କରିଥିଲେ । ତାଙ୍କ ଅନୁଯାୟୀ ଫିଲ୍ମର ଟାଇଟଲ ଅପମାନଜନକ ଏବଂ ଏହାକୁ ନିହାତି ବଦଳାଇବା ଦରକାର ।

ଏହାସହ ସାଇକ୍ୟାଟ୍ରିକ ସୋସାଇଟି ସିପିଏଫସିର ମୁଖ୍ୟ ପ୍ରସୂନ ଯୋଶୀଙ୍କୁ କହିଥିଲେ କି ଫିଲ୍ମ ମେଣ୍ଟାଲ ହେଲ୍ଥ କେୟାର ଅଧିନୀୟ 2017ର ଅନେକ ବର୍ଗର ଉଲ୍ଲଂଘନ କରୁଛି । ଯାହାପରେ ସୂଚନା ପ୍ରସାରଣ ମନ୍ତ୍ରାଳୟ ଏବଂ ପିଏମଓର ହସ୍ତକ୍ଷେପର ଦାବି କରାଯାଇଥିଲା ।

Last Updated : Jun 29, 2019, 11:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.