ETV Bharat / sitara

ମହେଶ-ମୁକେଶ-ଆଲିଆଙ୍କ ବିରୋଧରେ କୋର୍ଟରେ ମାମଲା - case filed against mahesh mukesh and alia bhatt

ଚଳଚ୍ଚିତ୍ର ନିର୍ଦ୍ଦେଶକ ମହେଶ ଭଟ୍ଟ, ନିର୍ମାତା ମୁକେଶ ଭଟ୍ଟ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିରୋଧରେ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ ମୁକେଶ କୁମାର କୋର୍ଟରେ ଅଭିଯୋଗ ଦାଖଲ କରିଛନ୍ତି । ଏହି ଅଭିଯୋଗ ସଦର ପୋଲିସ ଷ୍ଟେସନର ଚିତ୍ରକୁଟ ନଗର ନିବାସୀ ଓକିଲ ସୋନୁ କୁମାରଙ୍କ ଦ୍ୱାରା ଦାଖଲ କରାଯାଇଛି । ଅଧିକ ପଢନ୍ତୁ...

case filed against mahesh mukesh and alia bhatt in muzaffarpur court
ମହେଶ, ମୁକେଶ,ଆଲିଆଙ୍କ ବିରୋଧରେ କୋର୍ଟରେ ଅଭିଯୋଗ
author img

By

Published : Jul 3, 2020, 5:48 PM IST

ମୁଜାଫରପୁର: ଚଳଚ୍ଚିତ୍ର ନିର୍ମାତା ନିର୍ଦ୍ଦେଶକ ମହେଶ ଭଟ୍ଟ, ମୁକେଶ ଭଟ୍ଟ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ମୁଜାଫରପୁରର ଓକିଲ ସୋନୁ କୁମାର ଏହି ଅଭିଯୋଗକୁ ସିଜେଏମ୍ କୋର୍ଟରେ ଦାଖଲ କରିଛନ୍ତି ।

ଏହି ତିନି ଜଣ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ ସୋନୁ । ଜୁଲାଇ 8 ରେ ଏହି ମାମଲାର ଶୁଣାଣି ହେବ ।

ମହେଶ, ମୁକେଶ ଏବଂ ଆଲିଆ ଏହି ତିନି ଜଣ ତାଙ୍କ ଫିଲ୍ମ ସଡକ-୨ର ପୋଷ୍ଟରରେ କୈଳାଶ ପର୍ବତର ଉପର ଭାଗକୁ ଦର୍ଶାଇଛନ୍ତି । ପୋଷ୍ଟରରେ କୈଳାଶ ପର୍ବତର ଫଟୋ ରହିଛି ଏବଂ ଶିଖରରେ ସଡକ-୨ ବୋଲ୍ଡ ଅକ୍ଷରରେ ଲେଖାଯାଇଛି । ତାଙ୍କର ଅନ୍ୟ ଫଟୋଗୁଡିକରେ ମଧ୍ୟ ଅଭିଯୁକ୍ତମାନେ କୈଳାଶ ପର୍ବତ ସହିତ ସେମାନଙ୍କର ଫଟୋ ମଧ୍ୟ ଉଠାଇଛନ୍ତି ।

ହିନ୍ଦୁ ଧର୍ମ ସହ ଜଡିତ ଶାସ୍ତ୍ର ଏବଂ ପୁରାଣରେ କୈଳାଶ ପର୍ବତର ମହତ୍ବ ବହୁ ଅଧିକ ଅଟେ । ଧର୍ମ ଅନୁଯାୟୀ ଭଗବାନ ଶିବ ଏବଂ ମାତା ପାର୍ବତୀ କୈଳାଶ ପର୍ବତରେ ରୁହନ୍ତି । ଏହା ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.