ETV Bharat / sitara

ସୋସିଆଲ ମିଡିଆରେ ନିଆଁ ଲଗାଇଲା ଦିଶା ପଟାନୀଙ୍କ ଜିମ ଭିଡିଓ

ଦିଶା ପଟାନୀ ବଲିଉଡର ସବୁଠାରୁ ଫିଟ ଅଭିନେତ୍ରୀ । ଲୋକମାନେ ତାଙ୍କ ଅଭିନୟ ଅପେକ୍ଷା ତାଙ୍କ କାତିଆଲା ଫିଗର ପାଇଁ ଦିଶା ପଟାନିଙ୍କୁ ଅଧିକ ଜାଣନ୍ତି । ନିକଟରେ ଦିଶା ପଟାନୀ ଏକ ଜିମ ଭିଡିଓ ସେୟାର କରିଛନ୍ତି । ଏହା ସୋସିଆଲ ମିଡିଆରେ ତୀବ୍ରଗତିରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

author img

By

Published : Mar 17, 2022, 9:20 PM IST

ସୋସିଆଲ ମିଡିଆରେ ନିଆଁ ଲଗାଇଲା ଦିଶା ପଟାନୀଙ୍କ ଜିମ ଭିଡିଓ
ସୋସିଆଲ ମିଡିଆରେ ନିଆଁ ଲଗାଇଲା ଦିଶା ପଟାନୀଙ୍କ ଜିମ ଭିଡିଓ

ହାଇଦ୍ରାବାଦ: ବଲିଉଡ ସେଲିବ୍ରିଟି ଫ୍ୟାନ୍‌ଙ୍କୁ ଜିମ୍ ଯିବା ପାଇଁ ଯଥେଷ୍ଟ ପ୍ରେରଣା ଦିଅନ୍ତି । ବେଳେବେଳେ ସେଲିବ୍ରିଟିମାନେ ନିଜ ବ୍ୟାୟାମ ସହିତ ଫ୍ୟାନଙ୍କୁ ମନ୍ତ୍ରମୁଗ୍ଧ ବି କରାନ୍ତି । ଆଜି ଆମେ ସେହିଭଳି ଜଣେ ସେଲିବ୍ରିଟି ଅର୍ଥାତ ଦିଶା ପଟାନୀଙ୍କ ବିଷୟରେ କହିବାକୁ ଯାଉଛୁ । ନିକଟରେ ଦିଶା ପଟାନୀଙ୍କ ଏକ ଜିମ୍ ଭିଡିଓ ସାମ୍ନାକୁ ଆସିଛି । ଇନଷ୍ଟାଗ୍ରାମରେ ଅପଲୋଡ୍ ହୋଇଥିବା ଏହି ଭିଡିଓରେ ସେ ହଳଦିଆ ଶାର୍ଟ ଏବଂ ଷ୍ଟ୍ରାପି ବ୍ୟାକଲେସ୍ ଫିଟନେସ୍ ଗିଅର୍ ପିନ୍ଧିଥିବାର ଦେଖିବାକୁ ମିଳିଛି । ଦିଶା ଏହି ଭିଡିଓ ଅପଲୋଡ କରିବା ସହିତ କ୍ୟାପସନରେ ଏକ ବେଟଲିଫ୍ଟିଙ୍ଗ୍‌ ଇମୋଜି ସେୟାର କରିଛନ୍ତି ।

ଦିଶାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ତୀବ୍ରଗତିରେ ଭାଇରାଲ ହେବାରେ ଲାଗିଛି । ଜଣେ ଫ୍ୟାନ୍‌ ଏହାକୁ ନିଆଁ ଏବଂ ନାଲି ହୃଦୟ ଇମୋଜି ସହିତ ଅପଲୋଡ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଫ୍ୟାନ୍‌ ଲେଖିଛନ୍ତି, 'ବଲିଉଡର ସବୁଠାରୁ ଫିଟ ଅଭିନେତ୍ରୀ'। ଲୋକମାନେ ତାଙ୍କ ଅଭିନୟ ଅପେକ୍ଷା ତାଙ୍କ କାତିଆଲା ଫିଗର ପାଇଁ ଦିଶା ପଟାନୀଙ୍କୁ ଅଧିକ ଜାଣନ୍ତି । ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି, ଯେଉଁଥିପାଇଁ ତାଙ୍କର ପ୍ରତ୍ୟେକ ଫଟୋ ଏବଂ ଭିଡିଓ କିଛି ମିନିଟ ମଧ୍ୟରେ ଇଣ୍ଟରନେଟରେ ଭାଇରାଲ ହୋଇଯାଉଛି । ଦିଶା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ତାଙ୍କ ପ୍ରଶଂସକଙ୍କ ସହ ଯୋଗାଯୋଗରେ ରହିବାକୁ ଇନଷ୍ଟାଗ୍ରାମରେ 'ଆକ୍ସ ମି ଏନିଥିଙ୍ଗ୍‌' ସେସନ ରଖିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.