ମୁମ୍ବାଇ: ଲେଖିକା, ନିର୍ମାତା ଓ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ୟପ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ନଜର ଆସନ୍ତି । ସେ ପ୍ରାୟତଃ ଆୟୁଷ୍ମାନଙ୍କ ସହ ସମ୍ପୃକ୍ତ କିଛି ନା କିଛି ପୋଷ୍ଟ କରି ଫ୍ୟାନ୍ସଙ୍କୁ ଖୁସ୍ କରିଦିଅନ୍ତି । ଏବେ ଏମିତି ଦେଖିବାକୁ ମିଳିଛି । ଯେଉଁଥିରେ କମେଣ୍ଟ କରିବାକୁ ନିଜକୁ ରୋକିପାରିନାହାଁନ୍ତି ଆୟୁଷ୍ମାନ । କଥାଟି ହେଲା ଯେ ନିକଟରେ ତାହିର ବୋରିଂ ଅନୁଭବ କରୁଥିବାରୁ ଅଧିକାଂଶ ସମୟ ଫୋନରେ ବିତାଇଥିଲେ । ଆଉ ଭିନ୍ନ ଭିନ୍ନ ଏକ୍ସପ୍ରେସନ କରି ଏକ ଭିଡିଓ ସେୟାର କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ।
ସେହିପରି ଏହାର କ୍ୟାପସନରେ ସେ ଲେଖିଥିଲେ, ‘ହାତରେ ବହୁତ ସମୟ ଅଛି ଫୋନ ବ୍ୟବହାର କରିବାକୁ । ପ୍ଲସ ଆନ ଏଡିଟି ଆପ୍ ।’ ତାଙ୍କ ଏହି ଅବତାର ଦେଖି ସଙ୍ଗେ ସଙ୍ଗେ ଆୟୁଷ୍ମାନ କମେଣ୍ଟରେ ଲେଖିଥିଲେ, ‘ମୁଁ କାମକୁ ଯିବା ମାତ୍ରେ ତୁମେ ସୁନ୍ଦର ଦେଖାଗଲ । କଣ ପାଇଁ ।’ ଆପଣ ବି ଦେଖନ୍ତୁ ପତି ପତ୍ନୀଙ୍କ ଏହି କମେଣ୍ଟଭରା ପୋଷ୍ଟ...
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ନିକଟରେ ତାହିରା ଆୟୁଷ୍ମାନଙ୍କ ସହ କଲେଜ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ଆସିଥିଲେ । ଯଦି ଆୟୁଷ୍ମାନଙ୍କ କଥା ହେବା ତେବେ ବର୍ତ୍ତମାନ ସେ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଅପକମି ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କ ଅପୋଜିଟରେ ନଜର ଆସିବେ ଅଭିନେତ୍ରୀ ବାନୀ କପୁର । ଏବେ ଚଣ୍ଡିଗଡରେ ଚାଲିଛି ଫିଲ୍ମର ସୁଟିଂ ।