ETV Bharat / sitara

ଏଥର ଘରେ ରହି ଦୀପାବଳି ପାଳିବେ ପଦ୍ମାବତୀ

author img

By

Published : Nov 13, 2020, 1:57 PM IST

କୋରୋନା ଭାଇରସ ପାଇଁ ଏଥର ନିଜ ପରିବାରର ସହ ଦୀପାବଳିରେ ସମୟ ବିତାଇବେ ଦୀପିକା । ଧୁମଧାମରେ ଦୀପାବଳି ନ ପାଳନ କରି ସୁରକ୍ଷିତ ରୂପେ କରିବେ ପୂଜା ବୋଲି କହିଲେ ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ମୁମ୍ବାଇ: ଅନ୍ୟମାନଙ୍କ ପରି ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନଙ୍କ ପାଇଁ ଦୀପାବଳି ସବୁ ବେଳେ ଖାସ୍ ହୋଇଥାଏ । ବେଙ୍ଗାଲୁରୁରେ ବଡ ହୋଇଥିବା ଦୀପିକା ସବୁ ବର୍ଷ ଏହି ପର୍ବ ଧୁମଧାମରେ ପାଳନ କରନ୍ତି । ସେ ଯାହା ବି ହେଉ ନା କାହିଁକି ହେଲେ ଏଥର ଦୀପାବଳି କୋରୋନା ମହାମାରୀ ପାଇଁ ଧୁମଧାମରେ ପାଳନ କରିବେନି ସେ । କିନ୍ତୁ ନିଜ ଘରେ ସେ ସୁରୁଖୁରୁରେ ଏହାକୁ ସେଲିବ୍ରେଟ କରିବେ ବୋଲି ସୂଚନା ଦେଇଛନ୍ତି ।

ଦୀପାବଳି ବିଷୟରେ ଆଲୋଚନା କରି ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି, ‘ଆମେ ପରିବେଶ ଏବଂ ଏହାର ଆଖପାଖର ଲୋକଙ୍କ ପ୍ରତି ପରିସ୍ଥିତିର ସମ୍ବେଦନଶୀଳତାକୁ ଧ୍ୟାନରେ ରଖି ଦୀପାବଳି ସୁରକ୍ଷିତ ପାଳନ କରିବୁ । ମହାମାରୀ ଯୋଗୁଁ ଅନେକଙ୍କ ପାଇଁ ଏହା ଏକ କଷ୍ଟସାଧ୍ୟ ବର୍ଷ ଅଟେ । ତେଣୁ ଏଥର ଦୀପାବଳିରେ ଆମେ ଘରେ ରହି ଏକ ସରଳ ପୂଜା କରିବା ସହ ପରିବାର ସହିତ ସମୟ ବିତାଇବାକୁ ଯାଉଛୁ । ପ୍ରତିବର୍ଷ ମୁଁ ଏହି ପର୍ବକୁ ଅପେକ୍ଷା କରିଥାଏ । ମହାମାରୀ ହେତୁ ବିଭିନ୍ନ ଲୋକ ବିଭିନ୍ନ ଜିନିଷ ଦେଇ ଗତି କରିଥିବାରୁ ଏହି ବର୍ଷ ସାମାନ୍ୟ ଭିନ୍ନ । ତଥାପି ଏବର୍ଷ ମତେ ଅନେକ ନୂଆ ଅନୁଭବ କରାଇଛି ।’

ପ୍ରକାଶ ଥାଉକି ନିକଟରେ ନିର୍ଦ୍ଦେଶକ ଶକୁନ ବାତ୍ରାଙ୍କ ଫିଲ୍ମର ସୁଟିଂ ଗୋଆରେ କରିଥିଲେ । ସେହିପରି ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ ଅନନ୍ୟା ପାଣ୍ଡେ ଓ ସିଦ୍ଧାନ୍ତ ଚର୍ତୁବେଦୀ । ଏହାବ୍ୟତୀତ ସେ ସ୍ବାମୀ, ଅଭିନେତା ରଣବୀର ସିଂଙ୍କ ସହ ମଧ୍ୟ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ରେ ଦେଖାଯିବେ । ନିର୍ଦ୍ଦେଶକ କବୀର ଖାନଙ୍କ ଏହି ଫିଲ୍ମ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.