ମୁମ୍ବାଇ: ଆଜି ବୟସର ଆଉ ଏକ ପାହଚରେ ପାଦ ଥାପିଛନ୍ତି ଲୋକପ୍ରିୟ ଅଭିନେତା ବରୁଣ ଧୱନ । 34 ବର୍ଷରେ ଅଭିନେତା । ଏହି ଅବସରରେ ସୋସିଆଲ ମିଡିଆରେ ଛୁଟିଲା ଶୁଭେଚ୍ଛାର ସୁଅ । ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି ଫ୍ରେଣ୍ଡ ତାଙ୍କୁ ବର୍ଥ ୱିଶ କରୁଥିବାର ନଜର ଆସୁଛନ୍ତି ।
ଏହି କ୍ରମରେ ସାମିଲ ଅଛନ୍ତି କ୍ରିତି ସାନନ, ନୋରା ଫତେହୀ, ଟାଇଗର ଶ୍ରଫ, ରିତେଶ ଦେଶମୁଖ ଓ ମନୀଷ ମଲହୋତ୍ରା ଭଳି ସେଲିବ୍ରିଟି ।
ଟାଇଗର ଇନଷ୍ଟାଗ୍ରାମ ଷ୍ଟୋରିରେ ବରୁଣଙ୍କ ସହ ଥ୍ରୋବ୍ୟାକ ସେଲ୍ଫି ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ହାପି ବର୍ଥଡେ ବରୁଣ । ଏବର୍ଷ ତୁମର ଶାନଦାର ହେଉ । ସୁସ୍ଥ ରୁହ ।’
ସେପଟେ ବରୁଣଙ୍କ ଷ୍ଟ୍ରିଟ ଡାନ୍ସର 3ଡି କୋ-ଷ୍ଟାର ନୋନା ଲେଖିଛନ୍ତି, ‘ହାପି ବର୍ଥଡେ ।’ ଆଉ ସେୟାର କରିଛନ୍ତି ବରୁଣଙ୍କ ସହ ସୁନ୍ଦର ଫଟୋ ।
ନୋରାଙ୍କ ବ୍ୟତୀତ ରିତେଶ ୱିଶ କରି ଲେଖିଛନ୍ତି, ‘ହାପି ବର୍ଥଡେ ଏନର୍ଜେଟି ଓ ଟ୍ୟାଲେଣ୍ଟର ଦୋକାନ । ତୁମର ଜନ୍ମଦିନ ଶାନଦାର ହେଉ । ସୁସ୍ଥ ରୁହ ସୁରକ୍ଷିତ ରୁହ ।’
କ୍ରିତି ଯିଏ ବରୁଣଙ୍କ ସହ 2015ରେ ଆସିଥିବା ଫିଲ୍ମ ‘ଦିଲୱାଲେ’ରେ ନଜର ଆସିଥିଲେ, ସେ ପୁଣିଥରେ ବରୁଣଙ୍କ ଆଗାମୀ ହରର ଡ୍ରାମା ଫିଲ୍ମ ‘ବେହଡିୟା’ରେ ଅଭିନୟ କରିବାକୁ ନେଇ ଖୁସି ଅଛନ୍ତି । ଆଉ ବରୁଣଙ୍କ ଜନ୍ମଦିନରେ ଲେଖିଛନ୍ତି ଖାସ୍ କଥା ।
ସେ ଏକ ପୋଷ୍ଟରେ ‘ହାପିଏଷ୍ଟ ବର୍ଥଡେ ଡିଏରେଷ୍ଟ ବରୁଣ’ ବୋଲି ଲେଖିଛନ୍ତି । ପ୍ରକାଶ ଥାଉକି ଅମର କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ‘ବେହଡିୟା’ର ସୁଟିଂରେ ସେ ବ୍ୟସ୍ତ ଅଛନ୍ତି । ସେହିପରି ଫିଲ୍ମର ସ୍କ୍ରିପ୍ଟ ଲେଖିଛନ୍ତି ଜାତୀୟ ପୁରସ୍କାର ବିଜେତା ନିରନ ଭଟ୍ଟ । ଆସନ୍ତା ବର୍ଷ ଏପ୍ରିଲ 14ରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ