ETV Bharat / sitara

‘ଲଗାନ’ ରିଲିଜକୁ 20 ବର୍ଷ, ପୂର୍ବତନ ପତ୍ନୀ ରୀନାଙ୍କ ପ୍ରଶଂସାରେ ଆମୀର

author img

By

Published : Jun 15, 2021, 2:09 PM IST

2001 ଜୁନ 15ରେ ରିଲିଜ ହୋଇଥିଲା ଲଗାନ । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଆମୀରଙ୍କ ସହ ଗ୍ରେସି ସିଂ । ଅଧିକ ପଢନ୍ତୁ...

‘ଲଗାନ’ ରିଲିଜକୁ 20 ବର୍ଷ
‘ଲଗାନ’ ରିଲିଜକୁ 20 ବର୍ଷ

ମୁମ୍ବାଇ: ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ଲଗାନ’ ରିଲିଜକୁ 20 ବର୍ଷ ପୂରଣ ହୋଇଛି । 2001 ଜୁନ 15ରେ ରିଲିଜ ହୋଇଥିଲା ଏହି ଫିଲ୍ମ । ଏହି ଅବସରରେ ପୁରୁଣା ଦିନଗୁଡ଼ିକୁ ମନେ ପକାଇ ଆମୀର ତାଙ୍କର ପୂର୍ବତନ ପତ୍ନୀ ରୀନା ଦତ୍ତାଙ୍କ ପ୍ରଶଂସା କରିଛନ୍ତି । ଏହାସହ ରୀନାଙ୍କ କିପରି ପ୍ରଥମଥର ପ୍ରଯୋଜିକା ରୂପେ ପରିଚାଳନା କରିଥିଲେ ତାହା ଜଣାଇଛନ୍ତି ।

‘ଲଗାନ’ ରିଲିଜକୁ 20 ବର୍ଷ
‘ଲଗାନ’ ରିଲିଜକୁ 20 ବର୍ଷ
‘ଲଗାନ’ ରିଲିଜକୁ 20 ବର୍ଷ
‘ଲଗାନ’ ରିଲିଜକୁ 20 ବର୍ଷ
‘ଲଗାନ’ ରିଲିଜକୁ 20 ବର୍ଷ
‘ଲଗାନ’ ରିଲିଜକୁ 20 ବର୍ଷ

ଏକ ସାକ୍ଷାତକାରରେ ଆମୀର କହିଛନ୍ତି,‘ଗୋଟିଏ କଥା ହେଉଛି ମୋର ପୂର୍ବତନ ପତ୍ନୀ ରୀନା ଏହି ଫିଲ୍ମକୁ କିପରି ପରିଚାଳନା କରିଥିଲେ । ସେ ଲଗାନର ନିର୍ମାତା ରୂପେ ପ୍ରଥମଥର କାମ କରିଥିଲେ । ହେଲେ ସେ ଏହା ପୂର୍ବରୁ ସିନେମା ବିଷୟରେ କୌଣସି କଥା ଜାଣିନଥିଲା । ସେ ଅନେକ ବର୍ଷ ଧରି ମୋ ସହିତ ଥିଲେ, ହେଲେ ଫିଲ୍ମ ପ୍ରତି ତାଙ୍କର ଆଗ୍ରହ ନଥିଲା | ସେ ଫିଲ୍ମ ନିର୍ମାଣ ବିଷୟରେ କିଛି ଜାଣି ନଥିଲେ ।’

ସେହିପରି ସେ ଆହୁରି କହିଛନ୍ତି, ‘ମୁଁ ଚାହୁଁଥିଲି ରୀନା ମତେ ଫିଲ୍ମରେ ସାହାଯ୍ୟ କରନ୍ତୁ । ଏକଦା ମୁଁ ତାଙ୍କ ପାଖକୁ ଆସି କହିଥିଲେ ମୁଁ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛି ଆଉ ତୁମ ସାହାଯ୍ୟର ଆବଶ୍ୟକ ଅଛି । କାରଣ ସେ ଏମିତି ମଣିଷ ଥିଲେ ଯାହାଙ୍କ ଉପରେ ମୁଁ ବିଶ୍ବାସ କରୁଥିଲି । ଯାହା ପରେ ଏହି ଫିଲ୍ମ ନିର୍ମାଣରେ ସେ ସାହାଯ୍ୟ କରି ପପୁଲାର ହୋଇପାରିଥିଲେ ।’

ପ୍ରକାଶ ଥାଉକି ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଲଗାନର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ । ଯାହାର କାହାଣୀ 1893ରେ ଭାରତରେ ରାଜ କରୁଥିବା ବ୍ରିଟିଶଙ୍କ ଉପରେ ଥିଲା । ଏକ କ୍ରିକେଟ ମ୍ୟାଚରେ ବ୍ରିଟିଶକୁ ଭାରତର କିଛି ଲୋକ ହରାଇ ଲଗାନ ଛାଡ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.