ETV Bharat / sitara

ବର୍ଥଡେ ଗାର୍ଲ ପିସି, ଦେଖନ୍ତୁ ବଲିଉଡରୁ ହଲିଉଡ ଯାତ୍ରା

author img

By

Published : Jul 18, 2019, 1:00 PM IST

Updated : Jul 18, 2019, 2:20 PM IST

ତାମିଲ ଫିଲ୍ମ 'ତାହାମିଜାହନ'ରୁ ନିଜ ଫିଲ୍ମ ଯାତ୍ରା ଆରମ୍ଭ କରି ଆଜି ଗ୍ଲୋବାଲ ଅଭିନେତ୍ରୀ ସାଜିଛନ୍ତି ପ୍ରିୟଙ୍କା ଚୋପ୍ରା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଆଜି 37 ବର୍ଷରେ ପାଦ ଥାପିଛନ୍ତି । ଜନ୍ମଦିନ ଅବସରରେ ନଜର ପକାଇବା ତାଙ୍କ ଫିଲ୍ମ କ୍ୟାରିୟର ଏବଂ ଉପଲବ୍ଧି ଉପରେ । ଯେବେ ସେ ମାତ୍ର 17 ବର୍ଷର ଥିଲେ, ସେବେ ସେ ମିସ ଇଣ୍ଡିଆ ଫାଷ୍ଟ ରନର୍ସଅପ ମୁକୁଟ ପିନ୍ଧିଥିଲେ । ପରିଶେଷରେ ସେ 2000ରେ ମିସ ୱାର୍ଲ୍ଡ ମୁକୁଟ ପିନ୍ଧି ଦେଶକୁ ଗର୍ବିତ କରିଥିଲେ । ସେ ପ୍ରଥମେ ତାମିଲ ଫିଲ୍ମ 'ତାହାମିଜାହନ'ରୁ ନିଜ ଫିଲ୍ମ ଯାତ୍ରା ଆରମ୍ଭ କରିଥିଲେ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଦ ହିରୋ ଲଭଷ୍ଟୋରୀ ଅଫ ସ୍ପାଏ' ରିଲିଜ ସହ ସେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଏହାପରେ ପ୍ରିୟଙ୍କା 'ଏତରାଜ', 'ବ୍ଲଫମାଷ୍ଟର', 'ଡନ' ଭଳି ଫିଲ୍ମ କରିଥିଲେ । ଯାହା ବ୍ଲକବଷ୍ଟର ହିଟ୍ ସାବ୍ୟସ୍ତ ହୋଇଥିଲା । ଏହାପରେ ସେ ଅନେକ ସଫଳତା ପାଇଥିଲେ । ଏଯାବତ ପ୍ରିୟଙ୍କାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିସାରିଛି ।

ତାଙ୍କ 'ଅନ୍ଦାଜ', 'ଫ୍ୟାଶନ', 'କମିନେ', 'ସାତ ଖୁନ ମାପ', 'ବର୍ଫି', 'ମେରି କମ' ଏବଂ 'ବାଜିରାଓ ମସ୍ତାନୀ' ପାଇଁ ଫିଲ୍ମ ଫେୟାର ବେଷ୍ଟ ଆକ୍ଟ୍ରେସ ଆୱାର୍ଡ ମିଳିସାରିଛି ।

photo-1

ଭାରତୀୟ ସିନେମା ଜଗତରେ ପ୍ରିୟଙ୍କାଙ୍କୁ ତାଙ୍କ ଯୋଗଦାନ ପାଇଁ ଭାରତୀୟ ସରକାରଙ୍କ ଦ୍ବାରା ପଦ୍ମଶ୍ରୀରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହା ବ୍ୟତୀତ ସେ 'ଏତରାଜ' ପାଇଁ ବେଷ୍ଟ ଫିମେଲ ଭିଲେନ ଏବଂ ଇଣ୍ଟରନେଟରେ ମୋଷ୍ଟ ସର୍ଚ୍ଚ ଫିମେଲ ଆକ୍ଟ୍ରେର୍ସ ପାଇଁ ଗ୍ଲୋବାଲ ଆୱାର୍ଡ ନିଜ ନାମରେ କରିଥିଲେ । ତାଙ୍କୁ 'ଫିୟର ଫ୍ୟାକ୍ଟର', 'ଖତରୋଂ କେ ଖିଲାଡି', 'ଏକ୍ସ-3' ପାଇଁ ଟେଲିଭିଜନରେ ସବୁଠାରୁ ପ୍ରଭାବଶାଳୀ ଡେବ୍ୟୁ ପାଇଁ ଇଣ୍ଡିଆନ ଟେଲି ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଥିଲା ।

ଏହି ପୁରସ୍କାର ବ୍ୟତୀତ ପ୍ରିୟଙ୍କା ଇଣ୍ଟରନ୍ୟାସନାଲ ଫିଲ୍ମ ଏକାଡେମୀ ଆୱାର୍ଡ, ଲାୟନ୍ସ ସ୍କୁଲ ଆୱାର୍ଡ, ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଏବଂ ପିପୁଲ ଚଏସ ଆୱାର୍ଡ ସମେତ ଆହୁରି ଅନେକ ପୁରସ୍କାର ପାଇସାରିଛନ୍ତି । ଏହାର ପରେ ସେ ମୁହାଁଇଥିଲେ ହଲିଉଡକୁ । ସେ ହଲିଉଡରେ ଅଭିନୟ କରିବା ସହ ଗୀତ ଗାଇ ଗ୍ଲୋବାଲ ଅଭିନେତ୍ରୀ ସାଜିଥିଲେ ।

photo-2

ପରିଶେଷରେ ତାଙ୍କୁ ଆମେରିକାନ ସିଙ୍ଗର ନିକ ଜୋନସଙ୍କ ସହ ପ୍ରେମ ହୋଇଯାଇଥିଲା । 2018 ମେ' ମାସରୁ ପରସ୍ପରକୁ ଡେଟ କରିଆସୁଥିବା ଏହି ଯୋଡି 2018 ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସୋସିଆଲ ମିଡିଆରେ ଆଜି ସବୁଠାରୁ ଫେମସ କପଲଙ୍କ ତାଲିକାରେ ଏହି ଲଭବାର୍ଡଙ୍କ ନାମ ସାମିଲ ଅଛି ।

Intro:Body:Conclusion:
Last Updated : Jul 18, 2019, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.