ETV Bharat / sitara

ଲକଡାଇନରେ ଦେଶବାସୀଙ୍କୁ ଫିଟ୍ ରଖିବେ ଭୂମି - ଦେଶବାସୀଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଦେବେ ଭୂମି ପେଡନେକର

ଲାଇଭ ଚାର୍ଟ ଜରିଆରେ ଦେଶବାସୀଙ୍କୁ ଯୋଗାଇବେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ। ନିଜ ଅନୁଭୂତି ସେୟାର କରି ସମସ୍ତଙ୍କୁ ରଖିବେ ଫିଟ୍...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭୂମି ପେଡନେକର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭୂମି ପେଡନେକର
author img

By

Published : Apr 27, 2020, 3:43 PM IST

ମୁମ୍ବାଇ: ଲକଡାଉନ ପାଇଁ ଦେଶବାସୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି। ଏଥିରୁ ବାଦ ପଡିନାହିଁ ସମସ୍ତଙ୍କ ସ୍ବାସ୍ଥ୍ୟ ମଧ୍ୟ। 24 ଘଣ୍ଟା ଗୋଟିଏ ଘରେ ପଡିରହିବା ଦ୍ବାରା ଦିନଚର୍ଯ୍ୟା ଉପରେ ପ୍ରଭାବ ପଡୁଛି। ଏମିତି ପରିସ୍ଥିତିର ସାମ୍ନା କରିବା ପାଇଁ ଅଭିନେତ୍ରୀ ଭୂମି ପେଡନେକର ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ସେ ନିଜ ସ୍ବାସ୍ଥ୍ୟ ଓ ପୋଷଣ(ନ୍ୟୁଟ୍ରିଶନ) ସହ ସମ୍ପୃକ୍ତ ନିଜ ଅନୁଭବ ଜରିଆରେ ଲୋକଙ୍କୁ ପରାର୍ମଶ ଦେବେ।

ଏହି ଅଭିଯାନ ବିଷୟରେ କଥା ହୋଇ ଭୂମି ଜଣାଇଛନ୍ତି ଯେ ସେ ସବୁବେଳେ ଏକ ସନ୍ତୁଳିତ ଜୀବନ ଶୈଳୀ ପାଇବାକୁ ଚେଷ୍ଟା କରନ୍ତି। ଯେଉଁ ପୋଷଣ ଆମେ ଖାଉଛେ, ତାର ସିଧା ପ୍ରଭାବ ଆମର ସ୍ବାସ୍ଥ୍ୟ ଏବଂ ଫିଟନେସ ଉପରେ ପଡୁଛି। ଲକଡାଉନ ଆମ ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ । ଏଥିପାଇଁ ବଞ୍ଚିବାର ଶୈଳୀ ସମ୍ପୂର୍ଣ୍ଣ ରୂପେ ଅସ୍ତ-ବ୍ୟସ୍ତ ହୋଇଯାଇଛି । ଏହା ଆମ ମାନସିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଉଛି। ଯାହା ଡାଏଟ ଓ ପୋଷଣକୁ ବିଗାଡିବାରେ ଲାଗିଛି। କୋଭିଡ-19ରେ ନିଜ ପୋଷଣ ସହ ସମ୍ପୃକ୍ତ ଥିବା ଅନୁଭବକୁ ଆପଣଙ୍କ ସହ ସେୟାର କରିବାକୁ ଚାହୁଁଛି। ଆଶା କରୁଛି ଯେ ଆପଣଙ୍କ ପାଇଁ ଏହା ଲାଭଦାୟୀ ସାବ୍ୟସ୍ତ ହେବ।

ପ୍ରକାଶ ଥାଉକି ଏହି ଅଭିଯାନ ପାଇଁ ସେ ନିଜ ଡାକ୍ତରଙ୍କ ସହ ମିଶି ଏକ ଲାଇଭ ଚାର୍ଟ ଶୋର ଆୟୋଜନ କରିବେ। ଯେଉଁଥିରେ ସେ ଫ୍ୟାନ୍ସଙ୍କୁ ପରାର୍ମଶ ଦେବା ସହ ତାଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.