ETV Bharat / sitara

‘ଦୁର୍ଗାବତୀ’ର ସୁଟିଂ ଆରମ୍ଭ କଲେ ଭୂମି, ଭାଇରାଲ ଫଟୋ

ତେଲୁଗୁ ସୁପରହିଟ୍ ଫିଲ୍ମ ‘ଭାଗାମଥୀ’ର ହିନ୍ଦୀ ରିମେକ ଫିଲ୍ମ ‘ଦୁର୍ଗାବତୀ’ ନେଇ ପରଦାରେ ନଜର ଆସିବେ ‘ବାଲା’ ଅଭିନେତ୍ରୀ ଭୂମି ପେଡନେକର ।

author img

By

Published : Jan 23, 2020, 6:54 PM IST

bhumi pednekar
ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ମୁମ୍ବାଇ: ଫେମସ ଅଭିନେତ୍ରୀ ଭୂମି ପେଡନେକର ଗତ ବର୍ଷ ସୁପରହିଟ୍ ଫିଲ୍ମର ହ୍ୟାଟ୍ରିକ ଲଗାଇଥିଲେ । ଆଉ ଏବର୍ଷ ସେ ଏମିତି କିଛି ପ୍ଲାନିଂରେ ଅଛନ୍ତି । ନିକଟରେ ତାଙ୍କର ଆଗାମୀ ଫିଲ୍ମର ଘୋଷଣା ହୋଇଥିଲା । ଯେଉଁଥିରେ ଭୂମିଙ୍କ ଅପକମିଂ ଫିଲ୍ମ ‘ଦୁର୍ଗାବତୀ’ର ସୂଚନା ଦିଆଯାଇଥିଲା । ଗୁରୁବାର ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ଭୂମି। ଫିଲ୍ମର ଶୁଭ ମହୁରତ ସମୟରେ ଭୂମିଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅକ୍ଷୟ କୁମାର ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

‘ଦୁର୍ଗାବତୀ’ ଫିଲ୍ମ ଅକ୍ଷୟଙ୍କ ପ୍ରଡକ୍ସନ ହାଉସ କେପ ଅଫ ଗୁଡ ଫିଲ୍ମସ ଓ ଭୂଷଣ କୁମାରଙ୍କ ଟି-ସିରିଜ ବ୍ୟାନରେ ନିର୍ମାଣ କରାଯାଉଛି । ଭୂମି ମା' ଦୁର୍ଗାଙ୍କ ପୂଜା କରି ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଦେଖନ୍ତୁ ଫଟୋ...

ସୋସିଆଲ ମିଡିଆରେ ଭୂମିଙ୍କ ଫଟୋ ଅକ୍ଷୟ ସେୟାର କରିବା ମାତ୍ରେ ଫ୍ୟାନ୍ସଙ୍କ କମେଣ୍ଟର ଭିଡ ଲାଗିଯାଇଛି । ଅକ୍ଷୟ ଫଟୋର କ୍ୟାପସନରେ ଲେଖିଛନ୍ତି, ‘ଆରମ୍ଭ ହେଲା ଦୁର୍ଗାବତୀର ସୁଟିଂ । ଆପଣଙ୍କ ଆଶୀର୍ବାଦ ଓ ଶୁଭକାମନାର ଆବଶ୍ୟକ ଅଛି।’

ପ୍ରକାଶ ଥାଉକି ‘ଦୁର୍ଗାବତୀ’ ଏକ ହରର ଡ୍ରାମା ଫିଲ୍ମ । ଭୂମି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏଯାବତ ଫିଲ୍ମର ଅନ୍ୟ ଷ୍ଟାରକାଷ୍ଟଙ୍କ ଘୋଷଣା ହୋଇନାହିଁ । ‘ଦୁର୍ଗାବତୀ’ ତେଲୁଗୁର ଫେମସ ହରର ଫିଲ୍ମ ‘ଭାଗାମଥୀ’ର ହିନ୍ଦୀ ରିମେକ ଫିଲ୍ମ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.