ETV Bharat / sitara

ପୁଣି ଏନସିବିରେ ହାଜରେ ହେଲେ କମେଡି କୁଇନ ଭାରତୀ

ପୁଣି କମେଡି କୁଇନ ଭାରତୀ ସିଂ ଏନସିବି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ପୂର୍ବରୁ ତାଙ୍କ ବାସଭବନରେ ନିଶାଦ୍ରବ୍ଯ ମିିଳିଥିବାରୁ ସେ ଗିରଫ ହୋଇଥିଲେ । ଅଧିକ ପଢନ୍ତୁ...

Bharti singh reaches NCB office in Mumbai in a drug case
ପୁଣି ଏନସିବିରେ ହାଜରେ ହେଲେ କମେଡି କ୍ବିନ ଭାରତୀ
author img

By

Published : Dec 21, 2020, 6:07 PM IST

ମୁମ୍ବାଇ: ସୋମବାର ପୁଣି ଏନସିବି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି କମେଡି କୁଇନ‌ ଭାରତୀ ସିଂ । ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଏନସିବିରେ ପହଞ୍ଚିଥିବା ସୂଚନା ମିଳିଛି । ପୂର୍ବରୁ ନିଶାଦ୍ରବ୍ୟ ସେବନ ଅଭିଯୋଗରେ ଦୁହିଁଙ୍କୁ ଗିରଫ କରାଯାଇଥିଲା ।

ପୁଣି ଏନସିବିରେ ହାଜରେ ହେଲେ କମେଡି କ୍ବିନ ଭାରତୀ

ଭାରତୀ ଓ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କ ସହିତ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ତେବେ ଏହି ଦମ୍ପତିଙ୍କୁ ନିଶା ଦ୍ରବ୍ୟ ସେବନ କରୁଥିବା ଅଭିଯୋଗରେ ନଭେମ୍ବର 21 ତାରିଖରେ ଗିରଫ କରାଯାଇଥିବାବେଳେ ହର୍ଷଙ୍କୁ 22ରେ ଗିରଫ କରାଯାଇଥିଲା । ବିଶେଷ ସୂତ୍ରରୁ ଖବର ପାଇ ଭାରତୀ ଅନ୍ଧେରୀସ୍ଥିତ ବାସଭବନରେ ଏନସିବି ଚଢାଉ କରିଥିଲା । ତେବେ ଯାଞ୍ଚ ସମୟରେ ଏନସିବିକୁ ଭାରତୀଙ୍କ ଘରୁ 86.5 ଗ୍ରାମର ଗଞ୍ଜେଇ ମିଳିଥିଲା । ଏହାପରେ ଦମ୍ପତିଙ୍କୁ ଏନସିବି ସମନ ପଠାଇବା ସହ ଜେରା କରିବା ପରେ ଗିରଫ କରିଥିଲା ।

ଲିମ୍ବାଚିୟା ଜଣେ ବ୍ୟବସାୟୀଠାରୁ ଗଞ୍ଜେଇ କିଣନ୍ତି ଏବଂ ଗୋଟିଏ ବ୍ୟାଗକୁ ତାଙ୍କ ଅଫିସରେ ଓ ଅନ୍ୟଟି ବ୍ୟବହାର ପାଇଁ ତାଙ୍କ ଘରେ ରଖନ୍ତି ବୋଲି କହିଥିଲେ । ଏହାସହିତ ଉଭୟ ନିଶାଦ୍ରବ୍ୟ ସେବନ କରନ୍ତି ବୋଲି ପୋଲିସ ସମ୍ମୁଖରେ ସ୍ବୀକାର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.