ETV Bharat / sitara

Smart Jodi: ଷ୍ଟେଜରେ କାନ୍ଦିଲେ ଭାଗ୍ୟଶ୍ରୀ, 32 ବର୍ଷ ପରେ ବିବାହକୁ ନେଇ କଲେ ବଡ ଖୁଲାସା - ଅଙ୍କିତା ଲୋଖଣ୍ଡେ

ଷ୍ଟାର୍ ପ୍ଲସର ନୂଆ ରିଆଲିଟି ସୋ ସ୍ମାର୍ଟ ଯୋଡି ଦର୍ଶକଙ୍କୁ ନୂଆ ଭେଟି ଦେଇଛି । ଏହି ସୋରେ ନବବିବାହିତ ଦମ୍ପତି ଅଙ୍କିତା ଲୋଖଣ୍ଡେ ଜୈନଙ୍କ ଠାରୁ ନେଇ 90 ଦଶକର ପ୍ରସିଦ୍ଧ ଅଭିନେତ୍ରୀ ଭାଗ୍ୟଶ୍ରୀ ମଧ୍ୟ ତାଙ୍କ ସ୍ବାମୀ ହିମାଳୟ ଦାସାନୀ ଭାଗ ନେଇଛନ୍ତି। ଅଧିକ ପଢନ୍ତୁ

ଷ୍ଟେଜରେ କାନ୍ଦିଲେ ଭାଗ୍ୟଶ୍ରୀ
ଷ୍ଟେଜରେ କାନ୍ଦିଲେ ଭାଗ୍ୟଶ୍ରୀ
author img

By

Published : Mar 1, 2022, 12:33 PM IST

ହାଇଦ୍ରାବାଦ: ଷ୍ଟାର୍ ପ୍ଲସର ନୂଆ ରିଆଲିଟି ସୋ' ସ୍ମାର୍ଟ ଯୋଡି ଦର୍ଶକଙ୍କୁ ନୂଆ ଭେଟି ଦେଇଛି । ଫେବୃଆରୀ 27 ରେ ଏହି ସୋ ପ୍ରସାରିତ ହୋଇଥିଲା । ଅଭିନୟ, ନୃତ୍ୟ, କ୍ରିକେଟ୍, ମ୍ୟୁଜିକ, କମେଡି ଏବଂ କୋରିଓଗ୍ରାଫି ପରି ବିଭିନ୍ନ କ୍ଷେତ୍ରର ସେଲିବ୍ରିଟି ଦମ୍ପତିମାନେ ଷ୍ଟାରପ୍ଲସର ଏହି ନୂତନ ରିଆଲିଟି ସୋ’ରେ ଏକାଠି ଅଂଶଗ୍ରହଣ କରିଛନ୍ତି । ନବବିବାହିତ ଦମ୍ପତି ଅଙ୍କିତା ଲୋଖଣ୍ଡେ ଜୈନଙ୍କ ଠାରୁ ନେଇ 90 ଦଶକର ପ୍ରସିଦ୍ଧ ଅଭିନେତ୍ରୀ ଭାଗ୍ୟଶ୍ରୀ ମଧ୍ୟ ତାଙ୍କ ସ୍ବାମୀ ହିମାଳୟ ଦାସାନୀଙ୍କ ସହ ଏହି ସୋ’ରେ ଭାଗ ନେଇଛନ୍ତି।

ଏହି ସୋ'ରେ ଭାଗ୍ୟଶ୍ରୀ ଏବଂ ତାଙ୍କ ସ୍ବାମୀଙ୍କ ବିବାହର କିଛି ମୁହୂର୍ତ୍ତ ସ୍ମାର୍ଟ ଯୋଡି ମଞ୍ଚରେ ସେୟାର କରିଥିଲେ । ଏହି ସମୟରେ ଭାଗୀଶ୍ରୀ ବିବାହ ବେଳର ସେହି କଷ୍ଟଦାୟକ ସମୟକୁ ମନେ ପକାଇ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଛନ୍ତି। ସୋ’ରେ ଭାଗ୍ୟଶ୍ରୀ କହିଛନ୍ତି ଯେ, ବିବାହରେ ମୋ ବ୍ୟତୀତ ଏବଂ ତାଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ। ଯେତେବେଳେ ମୋ ପରିବାରକୁ ହିମାଳୟ ଦାସାନିଙ୍କୁ ବିବାହ କରିବାକୁ ଚାହୁଁଥିବା କହିଥିଲି ସେମାନେ ରାଜି ହୋଇନଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି, ପିତା-ମାତା ପିଲାଙ୍କୁ ନେଇ ଅନେକ ସ୍ବପ୍ନ ଦେଖିଖାନ୍ତି, କିନ୍ତୁ ପିଲାମାନଙ୍କ ମଧ୍ୟ ନିଜସ୍ବ କିଛି ସ୍ବପ୍ନ ରହିଥାଏ ଏବଂ ବେଳେବେଳେ ସେମାନଙ୍କ ସ୍ବପ୍ନକୁ ମଧ୍ୟ ବଞ୍ଚିବାକୁ ଦିଆଯିବା ଉଚିତ୍ । କାରଣ, ସେମାନଙ୍କର ବି ଗୋଟେ ଜୀବନ ଅଛି, ସେମାନଙ୍କୁ ବଞ୍ଚିବାକୁ ପଡିବ । ଏହି ଅନୁଭୂତି ସେୟାର କରିବା ସମୟରେ କାନ୍ଦି ପକାଇଥିଲେ ଭାଗ୍ୟଶ୍ରୀ । ଯାହା ଦେଖି ଅନ୍ୟ ପ୍ରତିଯୋଗୀମାନେ ମଧ୍ୟ ଭାବପ୍ରବଣ ହୋଇଯାଇଥିଲେ ।

ମୁଁ ଲୁଚିକି ବିବାହ କରିନି: ଭାଗ୍ୟଶ୍ରୀ

ଭାଗ୍ୟଶ୍ରୀ ଆହୁରି କହିଛନ୍ତି, ଯେତେବେଳେ ଲୋକେ ଏବଂ ଗଣମାଧ୍ୟମ କୁହନ୍ତି ଯେ ମୁଁ ପଳାଇଯାଇ ବିବାହ କରିଛି, ସେତେବେଳେ ମୋତେ ବହୁତ ରାଗ ଆସେ, କାରଣ ମୁଁ ଲୁଚିକି କିମ୍ବା ପଳାଇଯାଇ ବିବାହ କରିନଥିଲି ।

ଦେଢ ବର୍ଷ ପର୍ଯ୍ୟନ୍ତ ସ୍ବାମୀଙ୍କଠୁ ଅଲଗା ରହିଥିଲେ

1990 ମସିହାରେ ଭାଗ୍ୟଶ୍ରୀ ଏବଂ ହିମାଳୟ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି, ପୁଅ ଅଭିମନ୍ୟୁ ଏବଂ ଝିଅ ଅବନ୍ତିକା । 2020 ମସିହାରେ, ଭାଗ୍ୟଶ୍ରୀ ଏହାର ଖୁଲାସା କରିଥିଲେ କି, ସେ ଏବଂ ହିମାଳୟ ଏକ ବର୍ଷରୁ ଅଧିକ ସମୟ ଅଲଗା ହୋଇ ରହିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.