ETV Bharat / sitara

ବେଙ୍ଗାଲୁରୁ ଡ୍ରଗ ଡିଲିଂ ମାମଲାରେ କନ୍ନଡ ଅଭିନେତ୍ରୀ ରାଗିନୀ ଗିରଫ - ବେଙ୍ଗାଲୁରୁ ଡ୍ରଗ ଡିଲିଂ କେସ: ଗିରଫ ହେଲେ କନ୍ନଡ ଅଭିନେତ୍ରୀ ରାଗିନୀ

ଡ୍ରଗ ଡିଲିଂ କେସରେ ଫସିଲେ ସାଉଥ ଅଭିନେତ୍ରୀ ରାଗିନୀ । ସେ ଡ୍ରଗ ଅଭ୍ୟସ୍ତ ବୋଲି କିଛି ଦିନରୁ ଚାଲିଥିବା ଚର୍ଚ୍ଚା । ଶୁକ୍ରବାର ତାଙ୍କ ଘରେ ଚଢାଉ ହେବା ପରେ ଏବେ ଗିରଫ ହୋଇଛନ୍ତି ସେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Sep 4, 2020, 8:32 PM IST

ବେଙ୍ଗାଲୁରୁ: କନ୍ନଡ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରାଗିନୀ ଦ୍ବିବେଦୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ ସେ ଡ୍ରଗ ଅଭ୍ୟସ୍ତ । ତାଙ୍କୁ ଏହି ମାମଲାରେ ପଚରାଉଚରା ପାଇଁ ବେଙ୍ଗାଲୁରୁ ପୋଲିସ ଡକାଇଥିଲା । ସରକାରୀ କର୍ମଚାରୀ ଥିବା ତାଙ୍କ ବନ୍ଧୁଙ୍କ ସହ ଗୁରୁବାର ଦିନ ଚାମରାଜପେଟରେ ଥିବା କେନ୍ଦ୍ରୀୟ କ୍ରାଇମ ଶାଖା ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା । ହେଲେ ଏବେ ତାଙ୍କୁ ଗିରଫ କରାଯିବା ଖବର ସାମ୍ନାକୁ ଆସିଛି । ବେଙ୍ଗାଲୁରୁ ଡ୍ରଗ ଡିଲିଂ କେସରେ ସେ ଗିରଫ ହୋଇଛନ୍ତି । ତାଙ୍କ ସହ ଆଉ 4 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ଏହି କ୍ରମରେ ସାମିଲ ଅଛନ୍ତି ବିରେନ, ରବିଶଙ୍କର ଓ ରାହୁଲ । ଯିଏ ରାଗିନୀଙ୍କ ବନ୍ଧୁ । ଶୁଣିବାକୁ ମିଳୁଛି ଯେ ବିରେନଙ୍କୁ ପୋଲିସ ଦିଲ୍ଲୀରେ ଗିରଫ କରିଛି ।

ସେହିପରି ଶୁକ୍ରବାର ସକାଳେ ତାଙ୍କ ବେଙ୍ଗାଲୁରୁ ସ୍ଥିତ ଘରେ ଚଢାଉ କରିଥିଲେ ସିସିବି । କାରଣ ଗୁରୁବାର ସେ ସିସିବି ଅଫିସ ଆସିବାକୁ ନିଜ ଓକିଲ ଦ୍ବାରା ମନା କରିଥିଲେ । ଯାହାପରେ ତାଙ୍କୁ ଶୁକ୍ରବାର ପହଞ୍ଚିବାକୁ ସିସିବି ତରଫରୁ କୁହାଯାଇଥିଲା ।

ପ୍ରକାଶ ଥାଉକି, ଫେମସ ଫିଲ୍ମ ନିର୍ମାତା ଇନ୍ଦ୍ରଜିତ ଲଙ୍କେଶ ଡ୍ରଗ ନେଉଥିବା କିଛି ସେଲିବ୍ରିଟିଙ୍କ ତାଲିକା ପୋଲିସ ନିକଟରେ ଦାଖଲ କରିବା ପରେ ଏହି ସମନ ଜାରି କରାଯାଇଥିଲା । ଗୁରୁବାର ଦ୍ବିତୀୟ ଥର ପାଇଁ ଲଙ୍କେଶଙ୍କୁ ମଧ୍ୟ ସିସିବି ଡକାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.