ETV Bharat / sitara

ଆତ୍ମହତ୍ୟା ପୂର୍ବରୁ ବନ୍ଧୁଙ୍କ ସହ 45 ମିନିଟ୍ କଥା ହୋଇଥିଲେ ଦିଶା ସାଲିଆନ - ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା

ଦିଶାଙ୍କୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ । ଶୁଣିବାକୁ ମିଳୁଛି ଆତ୍ମହତ୍ୟା ପୂର୍ବରୁ ସେ ଫୋନରେ ନିଜ ବନ୍ଧୁଙ୍କୁ ଅନେକ କଥା କହିଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Aug 7, 2020, 1:13 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଏବେ ସିବିଆଇ ହାତରେ । ଏହି ଘଟଣାରେ 6 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। ବୁଧବାର ସିବିଆଇ ପକ୍ଷରୁ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ସମେତ 6 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏବାବ୍ୟତୀତ ସୁଶାନ୍ତଙ୍କ ମାମଲାରେ କିଛି ଦିନ ହେବ ତାଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ ଆତ୍ମହତ୍ୟା କନେକ୍ସନ ଥିବା ଚର୍ଚ୍ଚା ଜୋର ଧରିଛି । ହେଲେ ଏବେ ଦିଶାଙ୍କ ପିତା ସୁଶାନ୍ତଙ୍କ କେସରେ ଝିଅ ନାମ ସମ୍ପୃକ୍ତ କରାଯାଉଥିବାରୁ ଆପତ୍ତି ପ୍ରକାଶ କରିଛନ୍ତି ।

ଖାଲି ଏତିକି ନୁହେଁ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଦିଶା ଆତ୍ମହତ୍ୟା କରିବା ପୂର୍ବରୁ ନିଜର କୌଣସି ବନ୍ଧୁଙ୍କ ସହ ଫୋନରେ ପାଖାପାଖି 45 ମିନିଟ୍ କଥା ହୋଇଥିଲେ। ଆଉ ବନ୍ଧୁଙ୍କୁ କହିଥିଲେ ସେ ଡିପ୍ରେସନରେ ଅଛନ୍ତି ଓ ନିଜ ଆଗାମୀ ଡିଲ୍ସକୁ ନେଇ ମଧ୍ୟ ଚିନ୍ତିତ।

ଅନ୍ୟପଟେ ଦିଶାଙ୍କ ଆତ୍ମହତ୍ୟାକୁ ନେଇ ଏବେ ମୁମ୍ବାଇ ପୋଲିସ ଆଶ୍ଚର୍ଯ୍ୟକର ଖୁଲାସା କରିଛି । ପୋଲିସ ଅନୁଯାୟୀ ଦେଶରେ କୋରୋନା ଭୟ ଥିବା ସମୟରେ ଦିଶା ଆତ୍ମହତ୍ୟା କରିଥିଲେ । ଜୁନ 9ରେ ଦିଶାଙ୍କ ମୃତଦେହ ହସ୍ପିଟାଲ ନିଆଯାଇଥିଲା । ଯାହାପରେ ତାଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ହେଲେ ତାଙ୍କ ରିପୋର୍ଟ ନେଗେଟିଭ ବାହାରିବା ପରେ ଅଟୋପ୍ସି ପାଇଁ ତାଙ୍କ ମୃତଦେହ ପଠାଯାଇଥିଲା ।

ସେହିପରି ପୋଲିସ ପାଖରେ ଜୁନ 8ର ଦିଶାଙ୍କ ପୁରା ବିଲ୍ଡିଂର ସିସିଟିଭ ଫୁଟେଜ ଅଛି । ସୋସାଇଟିକୁ କେହି ଆସିନଥିଲେ । ଯିଏ ଆସିଥିଲେ ସେ ସବୁ ଏସେନ୍ସିୟାଲ ସର୍ଭିସ ସହ ସମ୍ପୃକ୍ତ ଥିଲେ କିମ୍ବା ଷ୍ଟାଫ । ସମସ୍ତଙ୍କ ବୟାନ ରେକର୍ଡ ହୋଇସାରିଛି ।

ପ୍ରକାଶ ଥାଉକି ସୁଶାନ୍ତ ଓ ଦିଶାଙ୍କ ଆତ୍ମହତ୍ୟା ବର୍ତ୍ତମାନ ରହସ୍ୟ ଘେରରେ । ସୋସିଆଲ ମିଡିଆରେ ଅନେକ ଜିନିଷ ଏମିତି ପୋଷ୍ଟ ହେଉଥିବାର ଦେଖିବାକୁ ମିଳୁଛି, ଯେଉଁଥିରେ ଦୁଇଜଣଙ୍କ ଆତ୍ମହତ୍ୟାରେ କିଛି କନେକ୍ସନ ଥିବାର କୁହାଯାଉଛି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.