ମୁମ୍ବାଇ: ସଲମାନ ଖାନଙ୍କ ଫିଲ୍ମ ସିରିଜ 'ବଜରଙ୍ଗୀ ଭାଇଜାନ'ରେ କାମ କରୁନଥିବା ନେଇ ସ୍ପଷ୍ଟ କଲେ ଫିଲ୍ମ ନିର୍ଦ୍ଦେଶକ କବୀର ଖାନ । ସଲମାନଙ୍କ ସହିତ ସେ ଅନେକ ପ୍ରୋଜେକ୍ଟରେ କାମ କରିଛନ୍ତି, ଯାହାକି ତାଙ୍କ କ୍ୟାରିଅର ଗଠନରେ ସହାୟକ ହୋଇଛି । କିନ୍ତୁ ଏହି ସିରିଜରେ ସେ କାମ କରୁନଥିବା ନେଇ କରିଛନ୍ତି ସ୍ପଷ୍ଟ ।
- " class="align-text-top noRightClick twitterSection" data="
">
ସଲମାନ ନିଜର ବ୍ଲକ ବଷ୍ଟର ଫିଲ୍ମ 'ବଜରଙ୍ଗୀ ଭାଇଜାନ'ର ଦ୍ବିତୀୟ ଭାଗ ନିର୍ମାଣ କରିବାକୁ ଯାଉଛନ୍ତି । ଏହାର ପ୍ରଥମ ଭାଗ ୨୦୧୫ ମସିହାରେ ରିଲିଜ ହୋଇଥିବାବେଳେ ଭେଟେରାନ ସ୍କ୍ରିନ ରାଇଟର କେଭି ବିଜୟେନ୍ଦ୍ର ପ୍ରସାଦ କାହାଣୀକୁ ଲେଖିଥିଲେ । ଏହି କମେଡ଼ି ଡ୍ରାମା ଫିଲ୍ମରେ ସଲମାନ ଜଣେ ୬ ବର୍ଷର ପାକିସ୍ତାନୀ ଝିଅକୁ ନିଜ ଦେଶରେ ପହଞ୍ଚାଇବା ପାଇଁ କଠିନ ପରିଶ୍ରମ କରିଥିଲେ । ତାଙ୍କୁ ଅନେକ ଅସୁବିଧାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହି କାହାଣୀକୁ ନେଇ ସଲମାନଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।
- " class="align-text-top noRightClick twitterSection" data="
">
ଏହା ବି ପଢନ୍ତୁ: Bigg Boss 15: RRR ଟିମ ସହ ଆଗୁଆ ଜନ୍ମଦିନ ପାଳିଲେ ସଲମାନ
ପୂର୍ବ ଭାଗରେ କବୀର ବଜରଙ୍ଗୀ ଭାଇଜାନ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । କିନ୍ତୁ ଦ୍ବିତୀୟ ଭାଗରେ ସେ ନିର୍ଦ୍ଦେଶନା ଦେଉନଥିବା ସ୍ପଷ୍ଟ କରିଛନ୍ତି । ତେବେ ସୂଚନା ଥାଉ କି ନିର୍ଦ୍ଦେଶକ କବୀର ଏକ ଡକ୍ୟୁମେଣ୍ଟାରୀ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ୨୦୦୬ ମସିହାରେ Kabul Express ଜରିଆରେ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ଅଭିନେତା ଜନ ଆବ୍ରାହମ ଅଭିନୟ କରିଥିଲେ ।
ଏହା ବି ପଢନ୍ତୁ:ମନ କିଣିଲା ମନୋରଞ୍ଜନ ଜଗତ: ଚମକିଲା ଓଡିଆ ଫିଲ୍ମ, ଚମକିଲେ ବଲିଉଡ ଷ୍ଟାର
ତବେ ସେ ୨୦୧୨ 'ଏକ ଥା ଟାଇଗର' ଫିଲ୍ମ ଜରିଆରେ ସଲମାନଙ୍କ ସହିତ ପ୍ରଥମ କରି କାମ କରିଥିଲେ । ସେ ବଜରଙ୍ଗୀ ଭାଇଜାନ ଓ ଟ୍ୟୁବଲାଇଟ ଜରିଆରେ ପୁଣି ସଲମାନଙ୍କ ସହିତ କାମ କରିଥିଲେ ।
@PTI