ମୁମ୍ବାଇ: ଶାହରୁଖ ଖାନ ବଲିଉଡର ବାଦଶାହ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ଆକାଶ ଛୁଆଁ । ଇତିମଧ୍ୟରେ ତାଙ୍କୁ ଆଉ ଏକ ବଡ ଉପାଧି ଦେଇଛନ୍ତି ‘ବ୍ୟାଡ ବୟଜ ଫର ଲାଇଫ’ ନିର୍ଦ୍ଦେଶକ । ସେମାନଙ୍କ ଅନୁଯାୟୀ ଶାହରୁଖ ସବୁଠାରୁ ବଡ ଷ୍ଟାର । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା । ନିର୍ଦ୍ଦେଶକ ଅଦିଲ ଇଏଲ ଅରବି ଓ ବିଲାଲ ଫାଲାହ ଏହି ଫିଲ୍ମର ହିନ୍ଦୀ ଭର୍ସରେ ଶାହରୁଖଙ୍କୁ ଦେଖିବାକୁ ଚାହୁଁଛନ୍ତି ।
ନିକଟରେ ଏହି ଦୁଇଜଣଙ୍କୁ ଏକ ସାକ୍ଷାତକାରରେ ପ୍ରଶ୍ନ କରାଯାଇଥିଲା ଯେ ‘ବ୍ୟାଡ ବୟଜ ଫର ଲାଇଫ’ର ହିନ୍ଦୀ ଭର୍ସନ ଉପରେ କିଛି ପ୍ଲାନିଂ ଅଛି କି? ଏହି ପ୍ରଶ୍ନର ଜବାବରେ ଦୁଇଜଣ କହିଥିଲେ ଏହାର ହିନ୍ଦୀ ଭର୍ସନ ପାଇଁ ଶାହରୁଖଙ୍କୁ ସେମାନେ ଚୟନ କରିଛନ୍ତି।
- " class="align-text-top noRightClick twitterSection" data="">
ସେହିପରି ଅଦିଲ କହିଥିଲେ ଯେ ଏମିତି କରିବା ସମ୍ମାନର କଥା ହେବ । ବଲିଉଡ ଦୁନିଆର ସବୁଠାରୁ ବଡ ଫିଲ୍ମ ଇଣ୍ଡଷ୍ଟ୍ରି ଆଉ ଆମେ ମରକ୍କୋରୁ । ବଲିଉଡର ଅନେକ ଫ୍ୟାନ୍ସ ଅଛନ୍ତି । ଆଉ ବଲିଉଡର ସବୁଠାରୁ ବଡ ଷ୍ଟାର ଏବେ ବି ଶାହରୁଖ ଖାନ । ଏଥି ପାଇଁ ଆଶା କରୁଛି ଯେ ଭାରତୀୟ ନିର୍ଦ୍ଦେଶକ ଏହାର ହିନ୍ଦୀ ଭର୍ସନରେ ଶାହରୁଖଙ୍କୁ କାଷ୍ଟ କରିବେ । ଅ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ