ମୁମ୍ବାଇ: ନିର୍ଦ୍ଦେଶେକ ଅନୁଭବ ସିହ୍ନାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ଆର୍ଟିକଲ-15' ରିଲିଜ ପୂର୍ବରୁ ହିଁ ଚର୍ଚ୍ଚାରେ ଥିଲା । ଫିଲ୍ମଟି ଗତ ଶୁକ୍ରବାର ରିଲିଜ ହୋଇଛି । ଫିଲ୍ମଟିକୁ ଦର୍ଶକଙ୍କ ଏବଂ ସମିକ୍ଷକଙ୍କ ଖୁବ୍ ପ୍ରଶଂସା ମିଳିଛି । କିନ୍ତୁ ଫିଲ୍ମଟିକୁ ପ୍ରଥମେ ‘କର୍ଣ୍ଣି ସେନା’ ବିରୋଧ କରିଥିଲେ । ଏବେ ଫିଲ୍ମର ସ୍କ୍ରିନିଂକୁ କାନପୁରର ଏକ ଧର୍ମିକ ଗୋଷ୍ଠୀ ବିରୋଧ କରି ଫିଲ୍ମ ପ୍ରଦର୍ଶନ ବନ୍ଦ କରିଦେଇଛନ୍ତି ।
ଗତ ରାତିରେ ସେହି ଗୋଷ୍ଠୀ ସପନା ପ୍ୟାଲେସ ଥିଏଟର ଏବଂ ଆଇନକ୍ସ ମଲ୍ଟିପ୍ଲେକ୍ସରେ ଜବରଦସ୍ତି ପଶି ଫିଲ୍ମର ସ୍କ୍ରିନିଂ ବନ୍ଦ କରିଦେଇଥିଲେ । ଏହାସହ ଫିଲ୍ମ ନିର୍ମାତାଙ୍କ ବିରୋଧରେ ନାରାବାଜୀ କରିବା ସହ ସିନେମାଘରେ ଲାଗିଥିବା ସବୁ ପୋଷ୍ଟରକୁ ମଧ୍ୟ ଫାଡି ଦେଇଥିଲେ ।
ଭବିଷ୍ୟତରେ ହେବାକୁ ଯାଉଥିବା ସମସ୍ୟାକୁ ଦେଖି ପ୍ରଦର୍ଶକ ଗୋଟିଏ ବୈଠକ ଏବଂ ପର୍ଯ୍ୟପ୍ତ ସୁରକ୍ଷା ପ୍ରଦାନ କରାଯିବା ପର୍ଯ୍ୟନ୍ତ ସ୍କ୍ରିନିଂ ଉପରେ ରୋକ ଲଗାଇବାର ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ସିନେମାହଲର ମାଲିକ କହିଛନ୍ତି କି ଶୁକ୍ରବାର ଉପୁଜିଥିବା ସମସ୍ୟାକୁ ଦେଖି ଶନିବାର ସବୁ ଶୋ ଉପରେ ରୋକ ଲଗାଇଯାଇଥିଲା ଏବଂ କାନପୁରରେ ଏବେ ଫିଲ୍ମ ପ୍ରଦର୍ଶିତ କରାଯିବ ନାହିଁ ।
ଏହାସହ ସେ ଆହୁରି କହିଥିଲେ କି ଫିଲ୍ମର ଆରମ୍ଭ ସବୁ ଶୋ ସହ ହୋଇଥିଲା । କିନ୍ତୁ ଉପୁଜୁଥିବା ଭିଡ ଦ୍ବାରା ହେବାକୁ ଯାଉଥିବା କ୍ଷତି ସହିପାରିବୁ ନାହିଁ । ପୋଲିସ ମଧ୍ୟ ଆମକୁ ପର୍ଯ୍ୟାପ୍ତ ସୁରକ୍ଷା ଦେବାରେ କୌଣସି ପଦକ୍ଷେପ ନେଇନାହାଁନ୍ତି । ଆମେ ବିତରକଙ୍କୁ ସୂଚନା ମଧ୍ୟ ଦେଇଛୁ କି କାନପୁରରେ ଫିଲ୍ମର ସ୍କ୍ରିନିଂ କରିବୁ ନାହିଁ ।
ଏହି ମାମଲାରେ କାନପୁରର ପୋଲିସ ଅନନ୍ତ ଦେଓ କହିଛନ୍ତି, ସବୁ ମଲ୍ଟିପ୍ଲେକ୍ସରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ନିର୍ଦ୍ଦେଶକ ଅନୁଭବ କହିଥିଲେ ସେ ହଲ ମାଲିକଙ୍କ ସହ ତର୍କବିତର୍କ କରି ଥକି ଗଲେଣି ।
ପ୍ରକାଶ ଥାଉକି 'ଆର୍ଟିକଲ-15'ରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା । ଫିଲ୍ମଟି ଭାରତୀୟ ସମ୍ବିଧାନର ଧାରା ‘15’ ଉପରେ ଆଧାରିତ ।