ETV Bharat / sitara

ସମଲିଙ୍ଗୀଙ୍କ ବିବାହକୁ ନେଇ ବୟାନରେ ଫସିଲେ ଆୟୁଷ୍ମାନ - ସମଲିଙ୍ଗୀ ବିବାହ ଉପରେ ଆୟୁଷ୍ମାନ ଖୁରାନାଙ୍କ ବୟାନ

ପରଦାରେ ଖୁବଶୀଘ୍ର ସମଲିଙ୍ଗୀ ପ୍ରେମଭରା କାହାଣୀ ଦେଖିବାକୁ ଯାଉଛନ୍ତି ଦର୍ଶକ । ଆୟୁଷ୍ମାନ ଖୁରାନାଙ୍କ ସମଲିଙ୍ଗୀ ଅବତାରରେ ଆସିବେ ନଜର । ହେଲେ ଫିଲ୍ମ ରିଲିଜ ପୂର୍ବରୁ ନିଜ ବୟାନକୁ ନେଇ ହଟହଟା ସେ ।

ayushmann khurrana
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା
author img

By

Published : Jan 29, 2020, 3:03 PM IST

ମୁମ୍ବାଇ: ଫେମସ ଅଭିନେତା ଆୟୁଷ୍ମାନ ଖୁରାନା ସବୁବେଳେ ଚ୍ୟାଲେଞ୍ଜିଂ ଅବତାର ଜରିଆରେ ସମସ୍ତଙ୍କ ମନ କିଣିଥାଆନ୍ତି । ଏଥର ମଧ୍ୟ ସେ ସାମାଜିକ ପ୍ରସଙ୍ଗଭରା କାହାଣୀ ନେଇ ପରଦାରେ ନଜର ଆସିବେ । ତାଙ୍କ ଆଗାମୀ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଦେଖିବାକୁ ବ୍ୟାକୁଳ ଦର୍ଶକ । କାରଣ ଫିଲ୍ମରେ ପ୍ରଥମଥର ଆୟୁଷ୍ମାନ ସମଲିଙ୍ଗୀ ଅବତାରରେ ନଜର ଆସିବେ । ବର୍ତ୍ତମାନ ଫିଲ୍ମର ପୁରା ଷ୍ଟାରକାଷ୍ଟ ପ୍ରମୋଶନରେ ଖୁବ୍ ବ୍ୟସ୍ତ ନଜର ଆସୁଛନ୍ତି । ହେଲେ ନିଜ ଏହି ଫିଲ୍ମ ଚକ୍କରରେ ଆୟୁଷ୍ମାନ କିଛି ଏମିତି କହିଦେଇଛନ୍ତି । ଯାହା ପାଇଁ ତାଙ୍କୁ କ୍ଷମା ମାଗିବାକୁ ପଡିଛି ।

କଥାଟି ହେଲା ଯେ ଆୟୁଷ୍ମାନ ନିଜର ଏକ ବୟାନରେ କହିଥିଲେ ଭାରତରେ ସମଲିଙ୍ଗୀ ବିବାହ(same-sex marriages) ଆଇନ ଅଛି । ତାଙ୍କ ଏପରି ବୟାନରେ ସମସ୍ତେ ଆଶ୍ଚର୍ଯ୍ୟ । ପ୍ରକାଶ ଥାଉକି 2018ରେ ସୁପ୍ରିମକୋର୍ଟରେ ସମଲିଙ୍ଗୀ ଅପରାଧି ଶ୍ରେଣୀରୁ ବାହର କରିଦେଇଥିଲେ । ହେଲେ ଏହାର ମାନେ ନୁହେଁ ଯେ ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ କରାଯାଇଛି । ଯାହା ଆୟୁଷ୍ମାନ ନିଜ ବୟାନରେ କହିଥିଲେ ।

ତାଙ୍କ ଏହି ବୟାନ ପରେ ସଙ୍ଗେ ସଙ୍ଗେ ସୋସିାଲ ମିଡିଆରେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ଟ୍ରୋଲର୍ସ । ମଙ୍ଗଳବାର ମିଡିଆ ସହ କଥାବାର୍ତ୍ତାରେ ଆୟୁଷ୍ମାନ କହିଥିଲେ ଯେ ଆମକୁ ଏହି କଥାରେ ଗର୍ବ ଅନୁଭବ ହେଉଛି ଯେ ଆମ ଗୋଟିଏ ସମୁଦାୟକୁ ସପୋର୍ଟ କରୁଛୁ । ଆମର ଦେଶ ଏତେ ପ୍ରଗତିଶୀଳ ଯେ ସମଲିଙ୍ଗୀ ବିବାହକୁ ଆଇନଗତ କରାଯାଇଛି ।

ଏହି ବୟାନ ପରେ ସେ ନିଜ ଭୁଲ ବୁଝିପାରି ସଙ୍ଗେ ସଙ୍ଗେ କ୍ଷମା ମାଗିଥିଲେ । ଟ୍ବିଟ କରି ସେ ଲେଖିଛନ୍ତି, ‘ମୋ କହିବାରେ ଭୁଲ କରିଛି, ହେଲେ ଆଶା କରୁଛି ଯେ ଭାରତରେ ସମଲିଙ୍ଗୀ ବିବାହ ଲାଗୁ ହେଉ । ’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.