ETV Bharat / sitara

ପ୍ରଭାସଙ୍କ ‘ରାଧେଶ୍ୟାମ୍’ ଜରିଆରେ ଆସାମ ପୋଲିସର ବାର୍ତ୍ତା

author img

By

Published : Jul 11, 2020, 6:52 PM IST

ସୋସିଆଲ ମିଡିଆରେ ଛାଇଲା ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ରାଧେଶ୍ୟାମ୍’ ଫାଷ୍ଟଲୁକ ପୋଷ୍ଟର। ଏହାକୁ ପରିବର୍ତ୍ତନ କରି ଚର୍ଚ୍ଚାରେ ଆସାମ ପୋଲିସ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ 'ରାଧେଶ୍ୟାମ୍'ର ଫାଷ୍ଟଲୁକ ପୋଷ୍ଟର ଶୁକ୍ରବାର ଜାରି କରିଥିଲେ ମେକର୍ସ । ରିଲିଜ ହେବା ମାତ୍ରେ ଏହି ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ଇତିମଧ୍ୟରେ ଆସାମ ପୋଲିସ ପୋଷ୍ଟରେ କିଛି ପରିବର୍ତ୍ତନ କରି ପୁଣିଥରେ ଏହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

ଆସାମ ପୋଲିସ ଦ୍ବାରା ସେୟାର ହୋଇଥିବା ଏହି ପୋଷ୍ଟରେ ଦେଖିବାକୁ ମିଳୁଛି ଯେ ପୋଷ୍ଟରକୁ ଏଡିଟ କରାଯାଇଛି । ଯେଉଁଥିରେ ଷ୍ଟାର୍ସଙ୍କ ଚେହେରାରେ ମାସ୍କ ଲଗାଯାଇଛି ।

କଥାଟି ହେଲା ଯେ ଆସାମ ପୋଲିସ ପୋଷ୍ଟରେ କୋରୋନା ଟ୍ବିଷ୍ଟ ଦେଇଛନ୍ତି । ସେହିପରି ଏହାର କ୍ୟାପସନରେ ଲେଖାଯାଇଛି, ‘ଆପଣଙ୍କ ପ୍ରିୟଜନଙ୍କୁ କୁହ ଯେବେ ସେମାନେ ବାହାରକୁ ଯାଉଛନ୍ତି ତେବେ ମାସ୍କ ପିନ୍ଧିବେ।’ ଆମେ ପ୍ରଭାସଙ୍କୁ ଫୋନ କରିବାକୁ ଚେଷ୍ଟା କରିଥିଲୁ ହେଲେ ତାଙ୍କ ସହ କଥା ହେବାକୁ ଅସଫଳ ହୋଇଛୁ। ଏବେ ଫଟୋସପ ମାଧ୍ୟରେ ଏହି ବାର୍ତ୍ତା ଆମେ ଦେଶବାସୀଙ୍କୁ ଦେଉଛୁ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.