ETV Bharat / sitara

'ମୋଦିଙ୍କୁ ଚିଠି ଲେଖିବା ପରିବର୍ତ୍ତେ ସାକ୍ଷାତ କରି ଅଭିଯୋଗ ଜଣାନ୍ତୁ' - ମୋବ ଲିଞ୍ଚିଂ

ଫିଲ୍ମ ନିର୍ଦ୍ଦେଶକ ଅଶୋକ ପଣ୍ଡିତ ପିଏମ ମୋଦିଙ୍କ ପାଖକୁ 49 ପ୍ରତିଷ୍ଠିତ ସେଲିବ୍ରିଟିଙ୍କ ଦ୍ବାରା ଲେଖାଯାଇଥିବା ଚିଠି ଉପରେ ପାଲଟା ଜବାବ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Jul 25, 2019, 12:57 PM IST

ମୁମ୍ବାଇ: ଦେଶରେ ବଢୁଥିବା ମୋବ ଲିଞ୍ଚିଂ ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ 49ଜଣ କଳାକାର ଚିଠି ଲେଖିଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଚିଠିରେ ଦେଶରେ ବ୍ୟାପୁଥିବା ଜାତି, ଧାର୍ମିକ ହିଂସା ଉପେର ଅସନ୍ତୋଷ ପ୍ରକାଶ କରି କଳାକାର ମୋଦିଙ୍କ ପାଖରେ ଦାବି କରିଛନ୍ତି ଦେଶରେ ସୁନ୍ଦର ବାତାବରଣ ସୃଷ୍ଟି କରିବା ସହ ଦେଶରେ ଏସବୁ ହିଂସା ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ।

49 କଳାକାରଙ୍କ ମଧ୍ୟରେ ସାଉଥ ନିର୍ଦ୍ଦେଶକ ମଣିରତ୍ନମ, ବି-ଟାଉନର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ନାମ ମଧ୍ୟ ସାମିଲ ଅଛି । କିନ୍ତୁ ଇତିମଧ୍ୟରେ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଚିଠି ଉପରେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି କି ମୋଦି ଦ୍ବିତୀୟ ଥର ଶାସନରେ ଆସିବା ଏବଂ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୁଣି ଥରେ ଅସହିଷ୍ଣୁତା ନାମରେ ବର୍ଷାର ବେଙ୍ଗ ସାମ୍ନାକୁ ବାହାରିଛନ୍ତି ।

ସେ ପିଏମ ମୋଦିଙ୍କୁ ଲେଖାଯାଇଥିବା 49 ସେଲିବ୍ରିଟିଙ୍କ ଚିଠିରେ ପାଲଟା ଜବାବ ଦେଇ ଏପରି ବୟାନ ଦେଇଛନ୍ତି । ଏକ ଟିଭି କାର୍ଯ୍ୟକ୍ରମରେ ଅଶୋକ କହିଥିଲେ କି ସେଲିବ୍ରିଟି କାହାକୁ ସାହାଯ୍ୟ କରନ୍ତି ନାହିଁ । ସେ କେବଳ ପପୁଲାରିଟି ପାଇବା ପାଇଁ ଏପରି କରନ୍ତି । ଯଦି ସେମାନେ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ଚିଠି ଲେଖିବା ପରିବର୍ତ୍ତେ ସିଧା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଚିଠି ଲେଖିଥାଆନ୍ତେ ଏବଂ ଏହି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥାଆନ୍ତେ ।

2019ରେ ଏହି ଅଦିନିଆ ବେଙ୍ଗ ବାହାରକୁ ଆସି ବୋବାଉଛନ୍ତି । ନିର୍ବାଚନ ପୂର୍ବରୁ ଏମାନଙ୍କୁ କହିଦିଆଯାଇଛି ଯେ ବାହାରକୁ ବାହାରି ଦେଶକୁ ଗାଳି ଦେବା ଆରମ୍ଭ କରିଦିଅନ୍ତୁ । ଏହି ଲୋକ ବିଦେଶରେ ଦେଶକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଯଦି ଆମେ ଆମ ଦେଶର ଜୟ ଶ୍ରୀ ରାମ କହିବା ନାହିଁ ତେବେ କେଉଁଠାରେ କହିବା । ଏହି ସବୁ ଲୋକେ ପେଡ ଏଜେଣ୍ଟନ୍ସ । ଯେବେ ନିର୍ବାଚନ ଆସେ ଏହି ଲୋକମାନେ ସାମ୍ନାକୁ ଆସି ମୋଦି ସରକାର ବିରୋଧରେ ଆଡୁସାଡୁ କହିବା ଆରମ୍ଭ କରିଦିଅନ୍ତି ।

ପ୍ରକାଶ ଥାଉକି ଅଶୋକ ବିଜେପି ସମର୍ଥକ ରୂପେ ଫେମସ । ସେ ସାମାଜିକ ପ୍ରସଙ୍ଗରେ ଖୁଲମଖୁଲା ବିଜେପି ଏବଂ ନରେନ୍ଦ୍ର ମୋଦିଙ୍କ ପକ୍ଷରେ ନିଜ ପ୍ରତିକ୍ରିୟା ଦେଉଥିବାର ନଜର ଆସିନ୍ତି ।

Intro:Body:

TEST

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.