ହାଇଦ୍ରାବାଦ: ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ଆର୍ଟିକଲ-15 ଖୁବ ଶୀଘ୍ର ପରଦାକୁ ଆସିବ । ନିଜ ଅଭିନୟରେ ଦର୍ଶକଙ୍କ ମନ କିଣିଥିବା ଆୟୁଷମାନଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ଜାତିବାଦ ବିବାଦକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମ କେତେକ ନିର୍ଦ୍ଧିଷ୍ଟ ସଂପ୍ରଦାୟକୁ ଆଘାତ କରିପାରେ ବୋଲି ଆଶଙ୍କା କରାଯାଉଥିଲା ।
ତେବେ କିଛିଦିନ ତଳେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଟ୍ରେଲର ରିଲିଜ ପରେ ଫିଲ୍ମର ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କୁ ଧମକ ମିଳୁଛି ବୋଲି ସୂଚନା ମିଳିଛି । ତେବେ ଏ ଧମକ କର୍ଣ୍ଣିସେନା ଦେଉଥିବାର ଶୁଣିବାକୁ ମିଳିଛି । ରିପୋର୍ଟ ଅନୁସାରେ, ନିର୍ଦ୍ଦେଶକଙ୍କୁ ଭିନ୍ନ ଭିନ୍ନ ନମ୍ବରରେ ଧମକ ଭରା କଲ ଆସିବା ସହ ଇମେଲ ମଧ୍ୟ ଆସୁଛି । ଫିଲ୍ମର କଣ୍ଟେଟ ପାଇଁ ଅନୁଭବଙ୍କୁ ଧମକ ମିଳୁଛି ।
ତେବେ ଫିଲ୍ମରେ ଆୟୁଷମାନଙ୍କ ସହ ଇଶା ତଲୱାର, ସୟାନୀ ଗୁପ୍ତା, କୁମୁଦ ମିଶ୍ରା ଓ ମନୋଜ ପାହୱାଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଫିଲ୍ମଟି 28 ଜୁନରେ ପରଦାକୁ ଆସିବ ।