ହାଇଦ୍ରାବାଦ: ଆସନ୍ତା 28ରେ ରିଲିଜ ହେବ ଜାତିବାଦ ଉପରେ ଆଧାରିତ ଫିଲ୍ମ ‘ଆର୍ଟିକିଲ-15’ । ସମାଜରେ ଥିବା ଭେଦଭାବକୁ ନେଇ ନିର୍ମାଣ ହୋଇଛି ଫିଲ୍ମ । ତେବେ ଫିଲ୍ମର ନିର୍ଦ୍ଦେଶକ ଫିଲ୍ମକୁ ଆନ୍ତର୍ଜାତୀୟ ସ୍ତରରେ ନୁହେଁ ବରଂ ଗ୍ରାମୀଣ ଭାରତରେ ପହଞ୍ଚାଇବାକୁ ଚାହୁଁଛନ୍ତି ।
ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ କହିବା କଥା, ଆନ୍ତରାଷ୍ଟ୍ରୀୟ ସ୍ତରରେ ଫିଲ୍ମ ରିଲିଜ କଲେ ଫିଲ୍ମକୁ ସେମାନେ ଦେଖିବେ ଯେଉଁମାନେ ଏହି ବିଷୟରେ ପ୍ରଥମରୁ ଜାଣିଛନ୍ତି କିନ୍ତୁ ଗ୍ରାମୀଣ ସ୍ତରରେ ରିଲିଜ କଲେ ଅନେକ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିବ ।
ଅନ୍ୟପକ୍ଷେ ଅଭିନେତା ଆୟୁଷ୍ମାନ ଖୁରାନା କହିଛନ୍ତି ଆମ ଦେଶ ଭିତରେ ବିଭିନ୍ନତା ଥିବା କାରଣରୁ ଅନ୍ୟ ଦେଶଠୁ ଏହା ଭିନ୍ନ । ତେଣୁ ଆମକୁ ଏଥିପାଇଁ ସମ୍ବେଦନଶୀଳ ହେବା ଆବଶ୍ୟକ । କେବଳ ଆଖି ବନ୍ଦ କରି ଗର୍ବ କରିବା ଉଚିତ ନୁହେଁ ।