ETV Bharat / sitara

ଆୟୁଷ୍ମାନଙ୍କ ନିଆରା ଇଚ୍ଛା, ବୁଲିବେ ସଂସଦ - parliament house

ଜୁନ 28ରେ ରିଲିଜ ହେବାକୁ ଯାଉଛି ଆୟୁଷ୍ମାନ ଖୁରାନାଙ୍କ ଚର୍ଚ୍ଚିତ ଫିଲ୍ମ 'ଆର୍ଟିକଲ-15' । ଫିଲ୍ମର କାହାଣୀ ଏକ ବାସ୍ତବ ଘଟଣା ଉପରେ ଆଧାରିତ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା
author img

By

Published : Jun 25, 2019, 11:36 PM IST

ମୁମ୍ବାଇ: ଟ୍ୟାଲେଣ୍ଟଟେଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅପକମିଂ ଫିଲ୍ମ 'ଆର୍ଟିକଲ-15' ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି । ଇତିମଧ୍ୟରେ ସେ ନିଜର ନିଆରା ଇଛା ପ୍ରକାଶ କରିଛନ୍ତି । ଯାହାକୁ ସେ ପୂରଣ କରିବାକୁ ଚାହୁଁଛନ୍ତି ।

ସେ 'ଆର୍ଟିକଲ-15' ଫିଲ୍ମରେ ଏମିତି ଡୁବି ଯାଇଛନ୍ତି ଯେ ଏବେ ସେ ଦିଲ୍ଲୀ ସଂସଦର ପରିକ୍ରମା କରିବାକୁ ଚାହୁଁଛନ୍ତି । ଏହାସହ ସେ ଭାରତ ସମ୍ବିଧାନର ପ୍ରଥମ କପି ଦେଖିବାକୁ ଖୁବ୍ ଉତ୍ସାହିତ ଅଛନ୍ତି । ଯାହାକୁ ଭାରତ ସଂସଦର ଲାଇବ୍ରେରୀରେ ଏକ ବିଶେଷ ହିଲିୟମରେ ଭରା କେସରେ ରଖାଯାଇଛି ।

ଆୟୁଷ୍ମାନ ସେଠାରେ ରଖା ହୋଇଥିବା ହସ୍ତଲିପି ଦେଖିବାକୁ ଚାହୁଁଛନ୍ତି । ଯେଉଁଥିରେ ସବୁ ଅଧିକାର ନିହିତ ଅଛି ଏବଂ ସମ୍ବିଧାନର ପ୍ରଥମ କପି ଦେଖିବା ତାଙ୍କ ପାଇଁ ବାସ୍ତବରେ ରୋମାଞ୍ଚକଭରା ଅନୁଭବ ହେବ ।

ଏହି ପୁସ୍ତକ ଭାରତୀୟ ଗଣରାଜ୍ୟର ସମ୍ବିଧାନର 10 ହଜାର ଫଟୋଲିଥୋଗ୍ରାଫିକ ପ୍ରତିକୃତିୟ ମଧ୍ୟରୁ ଅନ୍ୟତମ । ଯାହା 1950 ଜାନୁଆରୀ 26ରେ ଲାଗୁ ହୋଇଥିଲା । ଏହି ବିସ୍ତୃତ ସଂସ୍କରଣର ଓରିଜିନାଲକୁ ତିଆରି କରିବା ପାଇଁ ପାଖାପାଖି ପାଞ୍ଚ ବର୍ଷ ଲାଗିଥିଲା ଏବଂ ଏହାକୁ କୌଲିଗ୍ରାଫିରେ ଲେଖାଯାଇଛି ।

ଏମିତି ପ୍ରଥମଥର ହୋଇଛି ଯେବେ ବଲିଉଡର କୌଣସି ଅଭିନେତା ଏପରି ନିଆରା ଇଚ୍ଛା ପ୍ରକାଶ କରିଛନ୍ତି । ଯଦି ତାଙ୍କ 'ଆର୍ଟିକଲ-15' ଫିଲ୍ମ ବିଷୟରେ କଥା ହେବା ତେବେ ସେ ପ୍ରଥମଥର ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ଯାହା ସତ ଘଟଣା ଉପରେ ଆଧାରିତ । ଅନୁଭବ ସିହ୍ନାଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମ ଜୁନ 28ରେ ରିଲିଜ ହେବାକୁ ଯାଉଛି ।

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.