ETV Bharat / sitara

ଦିଲ୍ଲୀ ବାୟୂ ନିଶ୍ବାସ ନେବା ଯୋଗ୍ୟ ନୁହେଁ: ଅର୍ଜୁନ ରାମପାଲ

author img

By

Published : Nov 2, 2019, 9:07 PM IST

ଟ୍ବିଟ କରି ଦିଲ୍ଲୀ ପ୍ରଦୂଷଣ ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଲେ ଅଭିନେତା ଅର୍ଜୁନ ରାମପାଲ । କହିଲେ ଏଠାରେ ବଞ୍ଚିବା କଷ୍ଟକର।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଜୁନ ରାମପାଲ

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ କେବଳ ଜନସାଧାରଣ ନୁହେଁ ବରଂ ବଲିଉଡ ସେଲିବ୍ରିଟି ମଧ୍ୟ ଚିନ୍ତିତ । ଆକ୍ଟର ଆର୍ଜୁନ କପୁର ମଧ୍ୟ ବାୟୁ ପ୍ରଦୂଷଣ ନେଇ ଚିନ୍ତା ପ୍ରକାଶ କରିବା ସହ ଏକ ଟ୍ବିଟ କରି ଚର୍ଚ୍ଚାରେ ଆସିଛନ୍ତି । ବର୍ତ୍ତମାନ ସେ ଦିଲ୍ଲୀରେ ଅଛନ୍ତି।

ଅର୍ଜୁନ ଏକ ଟ୍ବିଟ କରି ଲେଖିଛନ୍ତି, ‘ଏବେ ଦିଲ୍ଲୀରେ ପହଞ୍ଚିଛି । ଏଠାର ବାୟୁ ନିଶ୍ବାସ ନେବା ପାଇଁ ଯୋଗ୍ୟ ନୁହେଁ । ସହରର ଖରାପ ଅବସ୍ଥା ବାସ୍ତବରେ ଭାବିବାର ବିଷୟ । ଏଠାରେ ବାୟୁ ପ୍ରଦୂଷଣ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଜନସାଧାରଣ ଏଥିରୁ ବଞ୍ଚିବା ପାଇଁ ମୁହଁରେ ମାସ୍କ ପିନ୍ଧିଛନ୍ତି । ପ୍ରକୃତରେ ସଠିକ ପଦକ୍ଷେପ ନେବା ପାଇଁ ଆଉ କେତେ ଜିନିଷର ଆବଶ୍ୟକ ଅଛି । ଯଦି ମୁଁ ଭୁଲ ଅଛି ତେବେ କୁହ, ଦିଲ୍ଲୀ ବଞ୍ଚାଅ।’

ପ୍ରକାଶ ଥାଉକି ଦିଲ୍ଲୀର ବାୟୁ ଏତେ ବିଷାକ୍ତ ହୋଇସାରିଲାଣି ଯେ ସରକାର ସ୍କୁଲ ଛୁଟି ଘୋଷଣା କରିଛନ୍ତି । ସବୁ ନିର୍ମାଣ କାର୍ଯ୍ୟ ମଧ୍ୟ ରୋକାଯାଇଛି । ପ୍ରଦୂଷଣର ବଢୁଥିବା ସ୍ତର ଦେଖି ସୁପ୍ରିମକୋର୍ଟ ପ୍ୟାନେଲ ପବ୍ଲିକ ହେଲ୍ଥ ଏମରଜେନ୍ସିର ଘୋଷଣା କରିଛନ୍ତି । ଲୋକଙ୍କ ନିଶ୍ବାସ ନେବା , ଆଖି ପୋଡିବା ଭଳି ସମସ୍ୟା ବର୍ତ୍ତମାନ ଦିଲ୍ଲୀରେ ଖୁବ୍ ଦେଖିବାକୁ ମିଳୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.