ମୁମ୍ବାଇ: ବର୍ତ୍ତମାନ ବଲିଉଡରେ ରିମେକ ଫିଲ୍ମର ଯୁଗ । ପ୍ରାୟତଃ ଅନେକ ମେକର୍ସ କେବଳ ରିମେକ ଫିଲ୍ମ ନିର୍ମାଣ କରିବାରେ ଲାଗିପଡିଛନ୍ତି । ଏହି କ୍ରମରେ ଅଛନ୍ତି ପପୁଲାର ନିର୍ମାତା ବୋନି କପୁର । ନିକଟରେ ସେ ହିନ୍ଦୀ ଫିଲ୍ମ ‘ପିଙ୍କ’ର ରିମେକ ତାମିଲରେ କରିଥିଲେ । ବୋନିଙ୍କ ‘ନେରକୋଣ୍ଡା ପାରଭାଈ‘ରେ ତାମିଲ ସୁପରଷ୍ଟାର ଅଜିତ ଏବଂ ବିଦ୍ୟା ବାଲନ ନଜର ଆସିଥିଲେ ।
ଇତିମଧ୍ୟରେ ବୋନି ତାମିଲ ସୁପରହିଟ୍ ଫିଲ୍ମ ‘କୋମାଲି’ର ହିନ୍ଦୀ ରିମେକ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ଏହି ଫିଲ୍ମରେ ସେ ନିଜ ଲାଡଲା ତଥା ଅଭିନେତା ଅର୍ଜୁନ କପୁରଙ୍କୁ କାଷ୍ଟ ମଧ୍ୟ କରିବେ ।
ଏହି ଅବସରରେ ବୋନି କହିଛନ୍ତି କି ବର୍ତ୍ତମାନ ଆମେ ସବୁ ଭାଷାରେ ‘କୋମାଲି’ର ରାଇଟ୍ସ ପାଇଁ ପ୍ରୟାସ କରୁଛୁ । ଏହାର ହିନ୍ଦୀ ରିମେକ ଫିଲ୍ମରେ ଅର୍ଜୁନ ହିଁ ଅଭିନୟ କରିବେ ।
ପ୍ରକାଶ ଥାଉକି ‘କୋମାଲି’ ଏମିତି ଜଣେ ବ୍ୟକ୍ତିର କାହାଣୀ । ଯିଏ କୋମାରୁ ଉଠିବା ପରେ ବର୍ତ୍ତମାନ ସମୟରେ ନିଜକୁ ସାମିଲ କରିବାକୁ ଚେଷ୍ଟା କରୁଥିବ । ତାମିଲ ‘କୋମାଲି’ର କାହାଣୀ ଏବଂ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ପ୍ରଦୀପ ରଙ୍ଗନାଥମ । ସେହିପରି ଫିଲ୍ମରେ ଜୟାମ ରବି, କାଜଲ ଅଗ୍ରୱାଲ ଓ ସାଂମୟୁକ୍ତା ହେଗଡେ ମୁଖ୍ୟ ଭୁମିକାରେ ନଜର ଆସିଥିଲେ ।
ବର୍ତ୍ତମାନ ବୋନି ନିଜର ଆଗାମୀ ଫିଲ୍ମ ‘ମଇଦାନ’ର ପ୍ରଯୋଜକ ଭାବେ କାମ କରୁଛନ୍ତି । ଫିଲ୍ମରେ ବି-ଟାଉନ ସିଂଘମ ଅଜୟ ଦେବଗନ ନଜର ଆସିବେ । ସେହିପରି ଏହାର ନିର୍ଦ୍ଦେଶନା ତୁଲାଉଛନ୍ତି ଅମିତ ଶର୍ମା । ଏହାସହ ତାଙ୍କ ପ୍ରଥମ ତେଲୁଗୁ ଫିଲ୍ମ ତଥା ‘ବଧାଇ ହୋ’ ରିମେକର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ ।