ମୁମ୍ବାଇ: ବଲିଉଡର ରୋମାଣ୍ଟିକ ହିରୋ ଇମେଜ ବନାଇଥିବା ଅର୍ଜୁନ କପୁର ଏବେ ଯାସୁସ ପାଇଁ ଇଚ୍ଛୁକ ଅଛନ୍ତି । ନିକଟରେ ସେ ବ୍ୟୋମେକେଶ ବକ୍ସିର ସବୁ ସିରିଜ ଦେଖିବା ପରେ ଏଥିପାଇଁ ଉତ୍ସାହିତ ଅଛନ୍ତି । ଏନେଇ ସେ ନିଜ ଅନଲାଇନ ପ୍ରୋଗ୍ରାମ ଅର୍ଜୁନ ରେକମେଣ୍ଡସରେ କହିଛନ୍ତି ।
ବ୍ୟୋମେକେଶ ବକ୍ସି ଭାରତର ପ୍ରଥମ ଯାସୁସ ବ୍ୟକ୍ତିର କାହାଣୀ ଉପରେ ଆଧାରିତ । ପିଲାବେଳୁ ଏହି କ୍ୟାରେକ୍ଟର ତାଙ୍କର ପସନ୍ଦ । ବ୍ୟୋମେକେଶ ଜଣେ ସୁପର ଟାଲେଣ୍ଟେଡ, ଗୁଡ ଲୁକିଂ, ଚତ୍ମକାର ବ୍ୟକ୍ତିତ୍ବ । ବଡ ବଡ କ୍ରାଇମକୁ ସେ ଖୁବଶିଘ୍ର ସମାଧାନ କରିଦିଅନ୍ତି । ଏହା ହିଁ ବେଶୀ ଆଟ୍ରାକ୍ଟ କରିଥାଏ ବୋଲି ଅର୍ଜୁନ କହିଛନ୍ତି । ଏକ ସୁନ୍ଦର ଓ ଉତ୍ତମ କାହାଣୀ ସହ ଯାସୁସ ଫିଲ୍ମ ବଲିଉଡରେ ନିଶ୍ଚୟ ସଫଳ ହେବ । ବ୍ୟୋମେକେଶଙ୍କ ସମାଧାନ କରିବାର କଳା ଓ କୌଶଳ ତାଙ୍କୁ ଭଲ ଲାଗିଥାଏ ବୋଲି ଇସ୍କଜାଦେ ଷ୍ଟାର କହିଛନ୍ତି ।
ଅର୍ଜୁନ କହିଛନ୍ତି ଯେ ପିଲାବେଳୁ ତାଙ୍କ ଇଚ୍ଛା ଥିଲା ସେ ଯାସୁସ ରୋଲରେ ଆକ୍ଟିଂ କରିବ । ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡରେ ଆକ୍ଟିଂ ପରେ ଅଣ୍ଡର କଭର ଅଫିସର ବନିବାରେ ତାଙ୍କ ଇଚ୍ଛା ପୂରଣ ହୋଇଛି । ଏବେ ସେ ଯାସୁସ ରୋଲ ପାଇଁ ଏକ୍ସସାଇଟେଡ ଅଛନ୍ତି ବୋଲି କହିଛନ୍ତି ।