ETV Bharat / sitara

ଯୋଗୀଙ୍କ ପ୍ରଶଂସା କରି ଚର୍ଚ୍ଚାରେ ଅନୁରାଗ

author img

By

Published : Apr 25, 2020, 2:52 PM IST

ପ୍ରଥମଥର ବିଜେପି ସରକାରଙ୍କ ନିଷ୍ପତ୍ତିର ପ୍ରଶଂସା କରିଛନ୍ତି ନିର୍ଦ୍ଦେଶକ ଅନୁରାଗ କଶ୍ୟପ। ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା।

anurag kashyap reaction
ଡିଜାଇନ ଫଟୋ

ମୁମ୍ବାଇ: କୋରୋନାରେ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ବଢିବାରେ ଲାଗିଛି । 25 ହଜାରରେ ପହଞ୍ଚିଲାଣି ସଂକ୍ରମିତଙ୍କ ସଂଖ୍ୟା। ଏଥିରୁ ବଞ୍ଚିବା ପାଇଁ ବର୍ତ୍ତମାନ ଦେଶରେ ଲକଡାଉନର ଦ୍ବିତୀୟ ପର୍ଯ୍ୟାୟ ଚାଲିଛି। ଇତିମଧ୍ୟରେ ଉତ୍ତର ପ୍ରଦେଶର ସିଏମ ଯୋଗୀ ଆଦିତ୍ୟନାଥ ଅନ୍ୟ ରାଜ୍ୟରେ ଫଶିଥିବା ନିଜ ଶ୍ରମିକଙ୍କୁ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ଏହି ଅଭିଯାନ ଉପରେ ବି-ଟାଉନର ଫେମସ ନିର୍ମାତା ଅନୁରାଗ କଶ୍ୟପ ଏକ ଟ୍ବିଟ କରି ଚର୍ଚ୍ଚାରେ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅନୁରାଗ କଶ୍ୟପ

କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରୁ ଗାୟବ ହୋଇଯାଇଥିବା ଅନୁରାଗ ନିକଟରେ ପୁଣି ଫେରିଥିଲେ। ପ୍ରାୟତଃ ସେ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ନିଜ ପ୍ରିତିକ୍ରିୟା ଦେଉଥିବାର ଦେଖାଯାଆନ୍ତି। ସେହିପରି ସେ ଏବେ ଯୋଗୀଙ୍କ ଅଭିଯାନରେ ପ୍ରଶଂସା କରିଛନ୍ତି।

ଆଉ ଲେଖିଛନ୍ତି, ‘ଭଲ ଖବର, ଶାନଦାର ପ୍ରାୟସ।’ ବର୍ତ୍ତମାନ ତାଙ୍କ ଏହି ଟ୍ବିଟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କାରଣ ବିଜେପି ସରକାର ବିରୋଧରେ ସବୁବେଳେ ଟ୍ବିଟ କରି ସମାଲୋଚନା ଶିକାର ହୋଇଥାଆନ୍ତି ସେ। କିନ୍ତୁ ଏଥର ସେ ଯୋଗୀଙ୍କ ପ୍ରାୟସର ପ୍ରଶଂସା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.