ହାଇଦ୍ରାବାଦ: ବଲିଉଡ ଅଭିନେତା ଅନୁପମ ଖେର ନ୍ୟୁୟର୍କରେ ଆୟୋଜିତ ‘Relevance of Mahatma Gandhi in the contemporary world’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି ।
ସେଠାରେ ଯୋଗ ଦେଇ ନିଜକୁ ଗର୍ବିତ ମନେ କରୁଛନ୍ତି ବୋଲି ଭିଡିଓରେ ଅନୁପମ କହିଥିଲେ । ଭାରତ ଜାତିସଂଘରେ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମଦିନକୁ ପାଳନ କରୁଛି । ବର୍ତ୍ତମାନ ଦୁନିଆରେ ଗାନ୍ଧୀଙ୍କ ବାଣୀ ଗୁରୁତ୍ବପୂର୍ଣ୍ଣ ରଖୁଛି, ତାହା ଚର୍ଚ୍ଚା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲେ ହୁସେନ୍ ଲୁଙ୍ଗ ପ୍ରମୁଖ ଯୋଗ ଦେଇଥିଲେ।