ମୁମ୍ବାଇ: ପପୁଲାର ମ୍ୟୁଜିକ କମ୍ପୋଜର ଅନୁ ମଲ୍ଲିକଙ୍କ ଉପରେ ଗତ ବର୍ଷରୁ #MeToo ଅଭିଯାନ ଜରିଆରେ ମହିଳାଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ ଲାଗିବା ପରେ ତାଙ୍କୁ ଇଣ୍ଡିଆନ ଆଇଡଲରୁ ବାହାର କରିଦିଆଯାଇଥିଲା । କିନ୍ତୁ ଏବର୍ଷ ମେ'ରେ ଖବର ସାମ୍ନାକୁ ଆସିଥିଲା କି ଅନୁ ପୁଣିଥରେ ଇଣ୍ଡିଆନ ଆଇଡଲ 11ର ଜଜ ରୂପେ ନଜର ଆସିପାରନ୍ତି ।
ପ୍ରକାଶ ଥାଉକି ଗାୟିକା ସୋନା ମାହାପାତ୍ର ଓ ଶ୍ବେତା ପଣ୍ଡିତ ଗତ ବର୍ଷ #MeToo ଅଭିଯାନରେ ଅନୁଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଯାହା ପରେ ତାଙ୍କର ଖୁବ୍ ନିନ୍ଦା ହୋଇଥିଲା । କିନ୍ତୁ ଏବର୍ଷ ମେ ମାସରେ ତାଙ୍କୁ ଇଣ୍ଡିଆନ ଜୁରିରେ ପୁଣିଥରେ ଆଣିବାର ଚର୍ଚ୍ଚା ଜୋର ଧରିଥିଲା । ଏବେ ଏହି ଖବର ସ୍ପଷ୍ଟ ହୋଇଯାଇଛି ।
କାରଣ ଅନୁ ଶୋର କିଛି ସୁଟିଂ ମଧ୍ୟ ଆରମ୍ଭ କରିସାରିଲେଣି । ଗତ ଶନିବାର ସେ ଇଣ୍ଡିଆନ ଆଇଡଲର 11ର ପ୍ରୋମୋ ସୁଟିଂ କରିଥିଲେ । ଏହି ସୁଟିଂ ସମୟରେ ତାଙ୍କ ସହ ପପୁଲାର ଗାୟିକା ନେହା କକ୍କର ଓ ବିଶାଲ ଡଡଲାନୀ ମଧ୍ୟ ସାମିଲ ଥିଲେ ।
ଶୋର ଅଧିକାରୀକ ସୂଚନାରେ କୁହାଯାଇଛି ଯେ ଇଣ୍ଡିଆନ ଆଇଡଲର ମେକର୍ସ ଏବଂ ଚ୍ୟାନେଲ ଅନୁଙ୍କୁ ଜଜ ରୂପେ ପୁଣିଥରେ ସାମିଲ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି । କାରଣ ଅନୁଙ୍କ ଶେର ଏବ ଶାୟରୀ ଦ୍ବାରା ଇଣ୍ଡିଆନ ଆଇଡଲର ପରିଚୟ ।