ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବାକୁ ସବୁବେଳେ ଚେଷ୍ଟା କରନ୍ତି ଟେଲି କଳାକାରଙ୍କଠୁ ନେଇ ବଲିଉଡ ଷ୍ଟାର । ଏହି କ୍ରମରେ ସାମିଲ ଅଛନ୍ତି ଟିଭିର ପପୁଲାର ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଭିଡିଓ, ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ମନୋରଞ୍ଜନ କରନ୍ତି । ଏଥର ମଧ୍ୟ ଭାଇରାଲ ହେଉଛି ତାଙ୍କ ନୂଆ ଭିଡିଓ । ଡାନ୍ସ ଭିଡିଓ ଜରିଆରେ ଅଙ୍କିତା ଦେଖାଉଛନ୍ତି ନିଜ ଜଲୱା ।
ଏବେ କିଛି ଘଣ୍ଟା ପୂର୍ବରୁ ଅଙ୍କିତା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ମାଧୁରୀ ଦୀକ୍ଷିତଙ୍କ ଲୋକପ୍ରିୟ ଗୀତ'ଧକ ଧକ କରେନେ ଲଗା'ରେ ଗୀତରେ ଧମାକାଦାର ନାଚୁଥିବାର ନଜର ଆସିଛନ୍ତି।
- " class="align-text-top noRightClick twitterSection" data="
">
ଭିଡିଓରେ ଅଙ୍କିତା ଏକ ହଳଦିଆ ରଙ୍ଗର ସାଢୀ ପିନ୍ଧି ନିଜର ଜଲୱା ଦେଖାଉଚନ୍ତି । ଅଙ୍କିତାଙ୍କ ଏହି ଭିଡିଓକୁ ତାଙ୍କ ପ୍ରଶଂସକଙ୍କମାନେ ବହୁତ ପସନ୍ଦ କରୁଛନ୍ତି ।
ଏହି ଡ୍ୟାନ୍ସ ଭିଡିଓର କ୍ୟାପସନରେ ଅଙ୍କିତା ଲେଖିଛନ୍ତି, "ଜଣେ କଳାକାର ସର୍ବଦା ଜଣେ କଳାକାର ହିଁ ରହିବ, ଚାହେଁ ସେ ବଡ଼ ପରଦାରେ ଅଭିନୟ କରନ୍ତୁ ...କିମ୍ବା ଛୋଟ ପରଦାରେ ଅଭିନୟ କରନ୍ତୁ। ମାଧୁରୀ ଦୀକ୍ଷିତ ନେନେ ମ୍ୟାମ ମୁଁ ସର୍ବଦା ଆପଣଙ୍କର ଜଣେ ବଡ ପ୍ରଶଂସକ" ।
ପ୍ରକାଶ ଥାଉ ଯେ,2019 ରେ, ଅଙ୍କିତା କଙ୍ଗନାଙ୍କ ଷ୍ଟାରର 'ମଣିକର୍ଣ୍ଣିକା: ଦ କୁଇନ ଅଫ ଝାନ୍ସି' ସହିତ ବଲିଉଡରେ ଡେବ୍ୟୁ କରିଥିଲେ ।