ETV Bharat / sitara

ଭାରତରେ କୋରୋନା ଟୀକାକରଣ ପାଇଁ ଗୌରବାନ୍ବିତ ବିଗ ବି - Amitabh feels proud

ଶନିବାର ଠାରୁ ସାରା ଦେଶରେ ଆରମ୍ଭ ହୋଇଥିବା ଟୀକାକରଣକୁ ନେଇ ବଲିଉଡ ମେଗାଷ୍ଟାର ଟ୍ବିଟର ପୃଷ୍ଠାରେ ନିଜର ଖୁସିବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ...

Amitabh feels proud for beginning of corona vaccination in India
ଭାରତରେ କୋରୋନା ଟୀକାକରଣ ପାଇଁ ଗୌରବାନ୍ବିତ ବିଗ ବି
author img

By

Published : Jan 17, 2021, 2:10 PM IST

ନୂଆଦିଲ୍ଲୀ: ଦେଶରେ ଶନିବାର ଠାରୁ ସାରା ଦେଶରେ ଟୀକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିବା ବେଳେ ଏହାର ଶୁଭାରମ୍ଭ ଜଣେ ସଫେଇ କର୍ମଚାରୀଙ୍କ ଠାରୁ କରାଯାଇଛି । ତେବେ ଦେଶର ଏହି ଐତିହାସିକ ତଥା ଗୌରବର ଦିବସ ପାଇଁ ମେଗାଷ୍ଟାର ଅମିତାଭ ବଚ୍ଚନ ନିଜର ଖୁସିବ୍ୟକ୍ତ କରିବା ସହିତ ଗର୍ବ ଅନୁଭବ କରିଥିବା ରବିବାର ନିଜ ଟ୍ବିଟର ପୃଷ୍ଠାରେ ଉଲ୍ଲେଖ କରିଛନ୍ତି ।

କୋରୋନା ଟିକାର ସଫଳ ଉଦ୍ଭାବନ ସହିତ ଦେଶରେ ଟୀକାକରଣ କରି ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିଛି । ଦେଶବାସୀଙ୍କ ଏହି ମୁହୂର୍ତ୍ତ ଗର୍ବ ଓ ଗୌରବର ଦିନ ହୋଇଥିବା ବେଳେ ବଲିଉଡର ବିଗ ବି ଅମିତାଭ ଟ୍ବିଟରେ ପୃଷ୍ଠାରେ ଟ୍ବିଟ କରି ଭାରତ କୋରନା ମହାମାରୀ ମୁକ୍ତ ହେବାର ଆଶାକୁ ଦର୍ଶାଇଛନ୍ତି । ସେ ନିଜ ଟ୍ବିଟରେ ଲେଖିଛନ୍ତି, "ଯେତେବେଳେ ଭାରତ ପୋଲିଓମୁକ୍ତ ହୋଇଥିଲା, ତାହା ଆମ ପାଇଁ ଗର୍ବର ମୁହୂର୍ତ୍ତ ଥିଲା । ସେହିଭଳି ଭାରତ କୋରୋନା ମହାମାରୀ ମୁକ୍ତ ହୋଇ ଅନୁରୂପ ଭାବରେ ଏକ ଗର୍ବିତ ମୁହୂର୍ତ୍ତ ହେବାକୁ ଯାଉଛି ।" ସେ ନିଜ ଟ୍ବିଟରେ ୟୁନିସେଫଇଣ୍ଡିଆ ଓ ଭାରତର ସ୍ବାସ୍ଥ୍ୟବିଭାଗକୁ ଟ୍ୟାଗ କରିଛନ୍ତି ।

ଶନିବାର ପ୍ରଧାନମନ୍ତ୍ରୀ ମୋଦି କୋଭିଡ ଟୀକାକରଣର ଶୁଭାରମ୍ଭ ଭିଡିଓ କନଫରନ୍ସିଂ ଜରିଆରେ କରିଥିଲେ । ଭାରତରେ ଜାରି ରହିଥିବା ଏହି ଟୀକାକରଣ ଦେଶର ସର୍ବବୃହତ ଟୀକାକରଣ ହୋଇଥିବା ବେଳେ ଭାରତ ସରକାର ସମଗ୍ର ଦେଶବାସୀଙ୍କୁ ଏହି ଅଭିଯାନର ଅନ୍ତର୍ଭୁକ୍ତ କରିବା ପାଇଁ ଉଦ୍ୟମ କରିଛନ୍ତି । ଏହି ଟୀକାକରଣ ପ୍ରଥମ ପର୍ଯ୍ୟାୟରେ ଦେଶର ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧା( ଫ୍ରଣ୍ଟଲାଇନ ୱାର୍କର)ଙ୍କୁ ଦିଆଯିବାକୁ ଥିବା ବେଳେ ଏହି ପର୍ଯ୍ୟାୟର ଶେଷ ବେଳକୁ ଦେଶର ପ୍ରାୟ 3 କୋଟି କୋଭିଡ଼ ଯୋଦ୍ଧାଙ୍କୁ ଟୀକୀକରଣର ଅନ୍ତର୍ଭୁକ୍ତ କରିବା ପାଇଁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.