ETV Bharat / sitara

‘କଭି କଭି’ ଫିଲ୍ମକୁ ମିସ୍ କରୁଛନ୍ତି ବିଗ ବି

author img

By

Published : May 28, 2020, 1:07 PM IST

ସୋସିଆଲ ମିଡିଆରେ ନିଜର ଦୁଇଟି ଫିଲ୍ମରେ ଫଟୋ ସେୟାର କରିଛନ୍ତି ଅମିତାଭ । 44 ବର୍ଷ ପୂର୍ବେ କେମିତି ଥିଲେ ଆଉ ଏବେ କିପରି ହୋଇଯାଇଛନ୍ତି ସମସ୍ତଙ୍କୁ ଜଣାଇଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନ ନିଜର ଚର୍ଚ୍ଚିତ ଫିଲ୍ମ ‘ଗୁଲାବୋ ସିତାବୋ’ ପାଇଁ ଖୁବ୍ ଚର୍ଚ୍ଚାରେ। ଓଟିଟି ପ୍ଲାଟଫର୍ମରେ ଜୁନ 12ରେ ରିଲିଜ ହେବାକୁ ଯାଉଛି ଏହି କମେଡି ଡ୍ରାମା ଫିଲ୍ମ। ପ୍ରଥମଥର ଅମିତାଭଙ୍କ ସହ ଫେମସ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କୁ ପରଦାରେ ଦେଖିବାକୁ ପାଇଁ ସମସ୍ତେ ଏକ୍ସାଇଟେଡ। ହେଲ ଅମିତାଭ ପୁଣିଥରେ ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଆସିଛନ୍ତି।

ବିଗ ବି ତାଙ୍କର 44 ବର୍ଷ ପୂର୍ବର ଏବଂ ବର୍ତ୍ତମାନର ଏକ ଫଟୋକୁ କୋଲାଜ କରି ସେୟାର କରିଛନ୍ତି । ଗୋଟିଏ ଫଟୋ ତାଙ୍କ ଫିଲ୍ମ ‘କଭି କଭି’ର ହୋଇଥିବା ବେଳେ ଅନ୍ୟଟି ‘ଗୁଲାବୋ ସିତାବୋ’ର। ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଶ୍ରୀନଗର, କାଶ୍ମୀରରେ କଭି କଭି ଫିଲ୍ମର ଗୀତ କଭି କଭି ମେରେ ଦିଲ ମେଁ ଖୟାଲ ଆତା ହେ ଲେଖୁଛି ଲକ୍ଷ୍ନୌ ରେ। ମେ ମାସ, 44 ବର୍ଷ ପରେ(1976ରୁ2020) ଗୁଲାବା ସିତାବୋ ଆଉ ଗୀତ ବାଜୁଛି ବନ କେ ମଦାରୀ ବନ୍ଦର । କଣ ଥିଲେ ଆଉ କଣ ହେଲେଣି।’

ପ୍ରକାଶ ଥାଉକି ଫିଲ୍ମ ‘ଗୁଲାବୋ ସିତାବୋ’ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ଏବେ ଫିଲ୍ମର ପ୍ରଥମ ଗୀତ ଜୁତମ ଫେଙ୍କ ରିଲିଜ ହୋଇସାରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.