ମୁମ୍ବାଇ: କୋରୋନା ଭାଇରସ ପାଇଁ ଦେଶର ଅନେକ ସ୍ଥାନକୁ ଲକଡାଉନ କରାଯାଇଛି। ଘରେ ରହି ନିଜକୁ ଏହି ଭାଇରସରୁ ବଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି ସମସ୍ତେ । ହେଲେ ଡାକ୍ତର, ପୋଲିସ, ମିଡିଆକର୍ମୀ ସହ ଅନେକ କ୍ଷେତ୍ରର ଲୋକ ସାହସ ସହ କୋରୋନା ମୁକାବିଲା କାମରେ ଲାଗିଛନ୍ତି । ଯାହାଙ୍କ ଖୁବ୍ ପ୍ରଶଂସା କରିଛନ୍ତି ବି-ଟାଉନର ମହାନାୟକ ଅମିତାଭ ବଚ୍ଚନ।
ସେ ଇନଷ୍ଟାଗ୍ରାମରେ ଏକ ଶାନଦାର ପେଣ୍ଟିଂ ସେୟାର କରିଛନ୍ତି। ଯେଉଁଥିରେ ମାସ୍କ ପିନ୍ଧି ଜଣେ ନର୍ସ ଭାରତର ମ୍ୟାପକୁ ପିଲା ଭଳି ନିଜ କୋଳରେ ଧରି ସମ୍ଭାଳୁଥିବାର ନଜର ଆସୁଛନ୍ତି। ଏହାକୁ ସେୟାର କରି ଅମିତାଭ କ୍ୟାପସନରେ ଲେଖିଛନ୍ତି, ‘ତାଙ୍କୁ ନମନ ଯିଏ ଏହି ସଙ୍କଟ ସମୟକୁ ଶେଷ କରିବା ପାଇଁ ଆମ କାମରେ ଲାଗିଛନ୍ତି।’
- " class="align-text-top noRightClick twitterSection" data="
">
ଏହାବ୍ୟତୀତ ଅମିତାଭ ଅନ୍ୟ ଟ୍ବିଟ କରି ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ କୋଲକାତାର ରାସ୍ତା ସୁନସାନ ନଜର ଆସୁଛି । ଏହାସହ ସେ କୋଲକାତାବାସୀଙ୍କ ପ୍ରଶଂସା ମଧ୍ୟ କରିଛନ୍ତି।
ପ୍ରକାଶ ଥାଉକି ଗତ କାଲି(ରବିବାର) ଦେଶବାସୀ ଜନତା କର୍ଫ୍ୟୁର ପାଳନ କରିଥିଲେ। ଆଉ ସନ୍ଧ୍ୟା 5ଟାରେ କୋରୋନା ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଲୋକେ ନିଜ ନିଜ ଘରେ ଘଣ୍ଟି, ତାଳି, ଶଙ୍ଖ ଓ ଥାଳି ବଜାଇ ଧନ୍ୟବାଦ ଜଣାଇଥିଲେ।