ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି' ଫେବୃଆରୀ 25ରେ ରିଲିଜ ହୋଇସାରିଛି। ଦର୍ଶକଙ୍କ ରିଆକ୍ସନ ଦେଖିବା ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟ ମୁମ୍ବାଇର ପ୍ରସିଦ୍ଧ ସିନେମା ଗେୟଟି ଗାଲାକ୍ସିରେ ପହଞ୍ଚିଥିଲେ । ଆଲିଆ ପହଞ୍ଚିବା ମାତ୍ରେ ଲୋକମାନେ ତାଙ୍କ କାର ଚାରିପଟେ ଘେରି ଯାଇଥିଲେ । ଦର୍ଶକ ଅଭିନେତ୍ରୀଙ୍କୁ ଦେଖିବା ପାଇଁ ହୁଟିଂ ଆରମ୍ଭ କରିଦେଇଥିଲେ ଏବଂ ଆଲିଆଙ୍କୁ 'ଗଙ୍ଗୁବାଇ' ଡାକିବା ଆରମ୍ଭ କରିଥିଲେ।
- " class="align-text-top noRightClick twitterSection" data="
">
ଏଭଳି ସ୍ବାଗତ ସମ୍ବର୍ଦ୍ଧନା ଗ୍ରହଣ କରିବା ପରେ ଆଲିଆ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ । ଅଭିନେତ୍ରୀ କାରର ଛାତରୁ ବାହାରି ପ୍ରଶଂସକଙ୍କ ପ୍ରତିକ୍ରିୟାକୁ ଗ୍ରହଣ କରିଥିଲେ । ଆଲିଆ ଗଙ୍ଗୁବାଇର ନମସ୍କାର ପୋଜ୍ ଦେଇଥିଲେ ଏବଂ ସେ ଫିଲ୍ମରୁ କିଛି ପ୍ରସିଦ୍ଧ ଲାଇନ "ଇଜ୍ଜତ ସେ ଜିନେ କା ... କିସି ସେ ଡରନେ କା ନେହିଁ" କୁ ମଧ୍ୟ ପୁନରାବୃତ୍ତି କରିଥିଲେ ।
- " class="align-text-top noRightClick twitterSection" data="
">
ସୂଚନାଯୋଗ୍ୟ ଯେ, ଟ୍ରେଲରର ଦେଖିଲେ ଜଣା ପଡୁଥିଲା ଫିଲ୍ମରେ କଳାକାରମାନେ ଶାନଦାର ଅଭିନୟ କରିଛନ୍ତି। ପ୍ରଥମ ଥର ପାଇଁ ଆଲିଆ ଏବଂ ଭଂସାଲୀ ଏକାଠି କାମ କରିଛନ୍ତି । ସୁପରଷ୍ଟାର ଅଜୟ ଦେବଗନ୍ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ତେବେ ସେ ଏକ କ୍ୟାମୋ ଭୂମିକାରେ ଅଭିନୟ କରିଛନ୍ତି । ଏଥି ସହିତ ହୁମା କୁରେଶି, ଶାନ୍ତନୁ ମହେଶ୍ୱରୀ ଏବଂ ବିଜୟ ରାଜଙ୍କ ଭଳି କଳାକାରମାନେ ମଧ୍ୟ ଫିଲ୍ମରେ ଭିନ୍ନ ଅନ୍ଦାଜରେ ଅଭିନୟ କରିଛନ୍ତି।
ଏହି ଚଳଚ୍ଚିତ୍ରଟି ହୁସେନ୍ ଜୈଦିଙ୍କ ପୁସ୍ତକ ମାଫିଆ କୁଇନ୍ସ ଅଫ୍ ମୁମ୍ବାଇର ଅଧ୍ୟାୟଗୁଡ଼ିକର ଏକ ରୂପାନ୍ତରଣ । ବେଶ୍ୟାବୃତି ଉପରେ ଆଧାରିତ ଏହି ଫିଲ୍ମ। ଚଳଚ୍ଚିତ୍ର ମାଧ୍ୟମରେ ଏକ ଗମ୍ଭୀର ପ୍ରସଙ୍ଗକୁ ଅତି ସହଜର ସହିତ ରଖାଯାଇଛି, ଯାହା ପ୍ରକୃତରେ ପ୍ରଶଂସନୀୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ