ETV Bharat / sitara

'RRR'ର ସୀତା ହେଲେ ଆଲିୟା

ଆଲିୟା ଭଟ୍ଟଙ୍କ ଫିଲ୍ମ 'କଲଙ୍କ' ଏପ୍ରିଲ 17ରେ ରିଲିଜ ହେବାକୁ ଯାଉଛି । ଏହା ବ୍ୟତୀତ ସେ 'ବାହୁବଳୀ' ଫେମ ନିର୍ଦ୍ଦେଶକ ଏସ. ଏସ ରାଜାମୌଲୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'RRR' ଜରିଆରେ ସାଉଥ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

author img

By

Published : Apr 10, 2019, 10:06 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

ମୁମ୍ବାଇ: ଆଲିୟା ଭଟ୍ଟଙ୍କ ଦମଦାର ଭୂମିକା ମଲ୍ଟିଷ୍ଟାରର ଫିଲ୍ମ 'କଲଙ୍କ'ରେ ଖୁବ୍ ଶୀଘ୍ର ଦେଖିବାକୁ ମିଳିବ । ଫିଲ୍ମଟି ଏପ୍ରିଲ 17ରେ ରିଲିଜ ହେବାକୁ ଯାଉଛି । ଏହା ବ୍ୟତୀତ ଆଲିୟାଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ, କିଛି ଦିନ ହେବ ସାଉଥ ଫିଲ୍ମରେ ଆଲିୟା ନଜର ଆସିବା ଖବର ଜୋର ଧରିଛି । ସେ 'ବାହୁବଳୀ' ଫେମ ନିର୍ଦ୍ଦେଶକ ଏସ.ଏସ ରାଜାମୌଲୀଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'RRR' ରେ ଅଭିନୟ କରିବାକୁ ଯାଉଛନ୍ତି । ଯାହା ଦ୍ବାରା ସେ ସାଉଥ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ ।

ବର୍ତ୍ତମାନ ଫିଲ୍ମରେ ନିଜ ଭୂମିକା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି ଆଲିୟା । ଫିଲ୍ମର ଡାଇଲଗ କହିଲାବେଳେ କୌଣସି ସମସ୍ୟା ନହେବା ପାଇଁ ଏହି ସମୟରେ ଆଲିୟା ଏକ ଟ୍ୟୁଟରରୁ ତେଲୁଗୁ ଭାଷା ଶିଖୁଛନ୍ତି ।

ପ୍ରକାଶ ଥାଉକି ରାଜାମୌଲୀଙ୍କ ଏହି ଫିଲ୍ମରେ ତେଲୁଗୁ ସୁପରଷ୍ଟାର ଜୁନିୟର ଏନଟିଆର ଓ ରାମଚରଣ ତେଜା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ଆଲିୟାଙ୍କ ରୋଲ କଣ ହେବ ତାହାର ଖୁଲାସା ମଧ୍ୟ ହୋଇସାରିଛି ।

ଏକ ସାକ୍ଷାତକାର ସମୟରେ ଆଲିୟା କହିଥିଲେ କି 'RRR' ଫିଲ୍ମରେ ତାଙ୍କ ନାମ ସୀତା ହେବ । କାରଣ ଫିଲ୍ମର କାହାଣୀ ଦୁଇ ଫ୍ରୀଡମ ଫାଇଟର୍ସଙ୍କ ଉପରେ ଆଧାରିତ। ତେଣୁ ଆଲିୟାଙ୍କ ଭୂମିକା ରିୟଲ ଲାଇଫ ଫ୍ରୀଡମ ଫାଇଟର ଏବଂ ଫିକ୍ସନାଲ କ୍ୟାରେକ୍ଟର ଦୁଇଟିରୁ ପ୍ରଭାବିତ ହେବ ।

ଆଲିୟା ଏହା ମଧ୍ୟ କହିଥିଲେ କି 'କଲଙ୍କ' ଫିଲ୍ମ ପାଇଁ କଥକ ଶିଖିବା ଠାରୁ ସହଜ ତେଲୁଗୁ ଭାଷା ଶିଖିବା । ସେମିତି ଦେଖିବାକୁ ଗଲେ ତେଲୁଗୁ ଭାଷା ଜଟିଳ । କିନ୍ତୁ ସେ ଶୀଘ୍ର ଏହି ଭାଷା କ୍ୟାପଚର କରିପାରୁଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.