ETV Bharat / sitara

100 କୋଟି କ୍ଲବରେ ‘ମିଶନ ମଙ୍ଗଲ’

author img

By

Published : Aug 20, 2019, 7:25 PM IST

ରିଲିଜର ପାଞ୍ଚ ଦିନ ମଧ୍ୟରେ 100 କୋଟି ଆୟ କରିବାରେ ସଫଳ ହୋଇଛି ମଲ୍ଟ୍ଟି ଷ୍ଟାରର ଫିଲ୍ମ ‘ମିଶନ ମଙ୍ଗଲ’ । ଅକ୍ଷୟଙ୍କ ଖାତାରେ ଆଉ ଏକ ବ୍ଲକବଷ୍ଟର ଫିଲ୍ମ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ଯାନକ୍ଲବ

ମୁମ୍ବାଇ: ବି-ଟାଉନର ଖିଲାଡୀ ଅକ୍ଷୟ କୁମାର ନିଜକୁ ଟକ୍କର ଦେବାରେ ମାହିର । ବର୍ତ୍ତମାନ ସେ ଅଭ୍ୟସ୍ତ ହୋଇଗଲେଣି ନିଜ ଫିଲ୍ମକୁ 100 କୋଟି କ୍ଲବରେ ସାମିଲ କରିବାରେ । ସବୁବେଳେ ନୂଆ ନୂଆ ଫିଲ୍ମ ପରଦାକୁ ନେଇ ବ୍ଲକବଷ୍ଟର କରିବାରେ ଲାଗିଛନ୍ତି ଅକ୍କି । ଗୋଟିଏ ବର୍ଷରେ ତାଙ୍କର ବ୍ୟାକ ଟୁ ବ୍ୟାକ ଫିଲ୍ମ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହେଉଛି । ସେ ଆଜିକାଲି ବଲିଉଡରେ ହିଟ୍-ମେକର ଟ୍ୟାଗର ମାଲିକ ସାଜିଛନ୍ତି ।

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ଯାନକ୍ଲବ

ଅନ୍ୟ ସୁପରଷ୍ଟାର ଗୋଟିଏ ବର୍ଷରେ ଗୋଟିଏ କିମ୍ବା ଦୁଇଟି ଫିଲ୍ମ କରି ସନ୍ତୁଷ୍ଟ ହେଉଥିବା ବେଳେ ଅକ୍ଷୟ କିନ୍ତୁ ଅନେକ ଫିଲ୍ମ ରିଲିଜ କରିବାରେ ବିଶ୍ବାସ ରଖନ୍ତି । ତାଙ୍କର ନିକଟରେ ରିଲିଜ ହୋଇଥିବା ଚର୍ଚ୍ଚିତ ଫିଲ୍ମ ‘ମିଶନ ମଙ୍ଗଲ’ ମଧ୍ୟ ଏହି ଗଣନା ପାର କରିନେଇଛି । ଆଜ୍ଞା ହଁ, ଫିଲ୍ମଟି ବର୍ତ୍ତମାନ 100 କୋଟି କ୍ଲବରେ ସାମିଲ ହୋଇଛି ।

ଜଗନ ଶକ୍ତି ନିର୍ଦ୍ଦେଶିତ ଏହି ମଲ୍ଟି ଷ୍ଟାରର ଫିଲ୍ମ 105 କୋଟି ଆୟ କରିବାରେ ସଫଳ ହୋଇଛି । ଅକ୍ଷୟଙ୍କ ବ୍ୟତୀତ ଫିଲ୍ମରେ ସୋନାକ୍ଷୀ ସିହ୍ନା, କ୍ରିତି କୁଲହାରି, ବିଦ୍ୟା ବାଲନ, ନତ୍ୟା ମେନନ, ସରମନ ଯୋଶୀ ଓ ତାପସୀ ପନ୍ନୁ ପରି କଳାକାର ନଜର ଆସିଛନ୍ତି । ଅଗଷ୍ଟ 15ରେ ‘ମିଶନ ମଙ୍ଗଲ’ ସହ ରିଲିଜ ହୋଇଥିବା ଜନ ଅବ୍ରାହମଙ୍କ ‘ବାଟଲା ହାଉସ’ ମଧ୍ୟ ପଛରେ ରହିଯାଇଛି ।

ପ୍ରକାଶ ଥାଉକି ‘ମିଶନ ମଙ୍ଗଲ’ ଫିଲ୍ମଟି ଅକ୍ଷୟଙ୍କ ଫାଷ୍ଟେସ ଫିଲ୍ମ ଯାହା ରିଲିଜର କମ ଦିନରେ 100 କୋଟି କ୍ଲବରେ ସାମିଲ ହୋଇଛି । ଏହାସହ ଫିଲ୍ମଟି ଅକ୍ଷୟଙ୍କ ବିଗେଷ୍ଟ ଓପନିଂ କଲେକ୍ସନ ମଧ୍ୟ । ଯାହା ଓପନିଂ ଡେରେ 28.50 କୋଟି ଆୟ କରିବାରେ ସଫଳ ହୋଇଥିଲା । ତେବେ ଆସନ୍ତୁ ନଜର ପକାଇବା ଅକ୍ଷୟଙ୍କ 100 କୋଟି ଫିଲ୍ମ ଉପରେ...

‘2.0’, ‘କେସରୀ’, ‘ଟଏଲେଟ ଏକ ପ୍ରେମ କଥା’, ‘ରାଉଡୀ ରାଠୋର’, ‘ରୁସ୍ତମ’, ‘ଏୟାରଲିପ୍ଟ’, ‘ହଲିଡେ’,‘ହାଉସଫୁଲ-2’, ‘ହାଉସଫୁଲ-3’, ‘ଜଲି ଏଲଏଲବି 2’, ‘ମିଶନ ମଙ୍ଗଲ’, ‘ଗୋଲ୍ଡ’ ଏହି ଫିଲ୍ମ ଗୁଡିକ 100 କୋଟି କ୍ଲବରେ ସାମିଲ ହୋଇ ଅକ୍ଷୟଙ୍କୁ ଖୁବ୍ ସଫଳତା ଦେଇଛି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.