ETV Bharat / sitara

‘ମିଡିଆ ଓ କଳାକାର ଉଭୟ ପରିପୁରକ' - ସମ୍ବାଦିକ ଜଷ୍ଟିନ ରାଓ

କଙ୍ଗନାଙ୍କ ବିବାଦରେ ପ୍ରଥମଥର ମୁହଁ ଖୋଲିଲେ ଅକ୍ଷୟ କୁମାର । କହିଲେ କଳାକାରଙ୍କୁ ସବୁବେଳେ ମିଡିଆର ଆବଶ୍ୟକତା ପଡିଥାଏ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର ଫ୍ୟାନକ୍ଲବ
author img

By

Published : Jul 19, 2019, 11:46 AM IST

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ମିଶନ ମଙ୍ଗଲ'ର ଦମଦାର ଟ୍ରେଲର ଗତକାଲି ରିଲିଜ ହୋଇଯାଇଛି । ଏହି ଫିଲ୍ମଟି ଐତିହାସିକ ମହାକାଶ ଯାନ କାହାଣୀ ଉପରେ ଆଧାରିତ । ଫିଲ୍ମରେ ଅକ୍ଷୟଙ୍କ ସହ ବିଦ୍ୟା ବାଲନ, ତାପସୀ ପନ୍ନୁ, ସରମନ ଯୋଶୀ, କ୍ରିତି କୁଲାହାରି, ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ଦେଖାଯିବେ । ଟ୍ରେଲର ଲଞ୍ଚିଂ ସମୟରେ ମିଡିଆକୁ ସାକ୍ଷାତକାର ଦେଇ ଅକ୍ଷୟ କହିଥିଲେ କି ମିଡିଆ ଏବଂ କଳାକାରଙ୍କ ମଧ୍ୟରେ ବୁଝାମଣାରେ ଅସମାନତା ରହିବ କିନ୍ତୁ ଦୁଇଜଣଙ୍କ ସମ୍ପର୍କ ନିବିଡ । ସେ ଅଭିନେତ୍ରୀ କଙ୍ଗନା ରଣାୱତ ଓ ସମ୍ବାଦିକ ଜଷ୍ଟିନ ରାଓଙ୍କ ବିବାଦକୁ ଆଧାର କରି ଏପରି କହିଥିଲେ ।

ସେ ମିଡିଆକୁ ବହୁତ ଗୁରୁତ୍ବ ଦେଇଥାନ୍ତି । ମିଡିଆ ଓ କଳାକାରଙ୍କ ସମ୍ପର୍କ ସ୍ବାମୀ, ସ୍ତ୍ରୀ ପରି । କିଛି ତୁତୁ ମେଁମେଁ ନିହାତି ହେବ କିନ୍ତୁ ସେ ଆଶା କରୁଛନ୍ତି ଏହି ସମସ୍ୟା ଜଲଦି ସମଧାନ ହେଇଯିବ ବୋଲି । ମିଡିଆର ଆବଶ୍ୟକତା ସବୁବେଳେ କଳାକାରଙ୍କୁ ରହିଥାଏ ବୋଲି ଖିଲାଡି ଅକ୍ଷୟ କହିଥିଲେ ।

ପ୍ରକାଶ ଥାଉକି ଜୁଲାଇ 7ରେ କଙ୍ଗନା ଓ ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ 'ଜଜମେଣ୍ଟାଲ ହେ କ୍ୟା' ଗୀତ ଲଞ୍ଚିଂ ଇଭେଣ୍ଟରେ କଙ୍ଗନା ଓ ସାମ୍ବାଦିକ ଜଷ୍ଟିନଙ୍କ ମଧ୍ୟରେ 'ମଣିକର୍ଣ୍ଣିକା' ଫିଲ୍ମକୁ ନେଇ ଯୁକ୍ତିତର୍କ ହୋଇଥିଲା । ଯାହା ପରେ ଏହି ବିବାହ ଏତେ ବଡ ହୋଇଯାଇଥିଲା ଯେ ଇଣ୍ଟରନେସନାଲ ଜର୍ନାଲିଷ୍ଟ ଗିଲ୍ଡ ସଙ୍ଗଠନ କଙ୍ଗନାଙ୍କୁ ବ୍ୟାନ କରିବା ସହ କ୍ଷମା ଦାବି କରିଥିଲା । କିନ୍ତୁ କଙ୍ଗନା ଏକ ଭିଡିଓ ଜାରି କରି କ୍ଷମା ମାଗିବାକୁ ମନା କରି ତାଙ୍କୁ ବ୍ୟାନ କରିବାକୁ ଅନୁରୋଧ କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.