ETV Bharat / sitara

Selfie ପାଇଁ ଭୋପାଳରେ ପହଞ୍ଚିଲେ ଖିଲାଡି କୁମାର - ସେଲଫି ପାଇଁ ଭୋପାଳରେ ପହଞ୍ଚିଲେ ଅକ୍ଷୟ କୁମାର

ବଲିଉଡ ଅଭିନେତା ଅକ୍ଷୟ କୁମାର ଭୋପାଳରେ ପହଞ୍ଚିଛନ୍ତି । ସେ ଭୋପାଳରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ସେଲଫି ପାଇଁ 45 ଦିନ ସୁଟିଂ କରିବେ । ଅଧିକ ପଢନ୍ତୁ

Selfie ସୁଟ୍‌ ପାଇଁ ଭୋପାଲରେ ପହଞ୍ଚିଲେ ଅକ୍ଷୟ କୁମାର

author img

By

Published : Mar 21, 2022, 3:28 PM IST

ଭୋପାଳ: ବଲିଉଡ ଅଭିନେତା ଅକ୍ଷୟ କୁମାର ଭୋପାଳରେ ପହଞ୍ଚିଛନ୍ତି । ସେ ଏଠାରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସେଲଫି' ପାଇଁ 45 ଦିନ ସୁଟିଂ କରିବେ । ଏହି ଫିଲ୍ମରେ ଇମ୍ରାନ ହାଶମୀ ମଧ୍ୟ ନଜର ଆସିବେ। ଏହା ମାଲାୟାଲମ୍ ଚଳଚ୍ଚିତ୍ର ଡ୍ରାଇଭିଂ ଲାଇସେନ୍ସର ରିମେକ୍ ଅଟେ । ଭୋପାଳର ଅନେକ ସ୍ଥାନରେ ସୁଟ୍‌ କରାଯିବ । ଯେଉଁଥିରେ ପଲିଟେକ୍ନିକ୍, ଓରିଏଣ୍ଟାଲ୍ କଲେଜ୍, ବରକତଉଲ୍ଲା ୟୁନିଭରସିଟିର ଗ୍ରାଉଣ୍ଡ୍ ଏବଂ ହୋଟେଲ୍ ନୁର ଉସ୍ ସବା ଅନ୍ତର୍ଭୁକ୍ତ ରହିଛି । ଅକ୍ଷୟ କୁମାର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା।

ଏହା ବ୍ୟତୀତ ଅକ୍ଷୟ କୁମାର ବିଶନଖେଡି ମାଖନଲାଲ ବିଶ୍ୱବିଦ୍ୟାଳୟରେ ମାର୍ଚ୍ଚ 25 ରୁ ଆରମ୍ଭ ହେବାକୁ ଥିବା ଚିତ୍ର ଭାରତୀ ଚଳଚ୍ଚିତ୍ର ମହୋତ୍ସବର କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉଦଘାଟନ କରିବେ । ଏଥିରେ ଦେଶର ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଏବଂ କଳାକାରମାନେ ଯୋଗଦେବେ ।

ଫିଲ୍ମ ବଚ୍ଚନ ପାଣ୍ଡେ

ଅଭିନେତା ଫିଲ୍ମ ବଚ୍ଚନ ପାଣ୍ଡେ ଅକ୍ଷୟ କୁମାର ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର 'ବଚ୍ଚନ ପାଣ୍ଡେ' ହୋଲିରେ ମୁକ୍ତିଲାଭ କରିଥିଲା । ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ଏକ ସକାରାତ୍ମକ ପ୍ରତିକ୍ରିୟା ପାଇଥିଲା । ଏହି ଚଳଚ୍ଚିତ୍ରର ଟ୍ରେଲର ଏବଂ ଗୀତ ଶୁଣିବା ପରେ ପ୍ରଶଂସକଙ୍କ ଏକ୍ସାଇଟମେଣ୍ଟ ବଢି ଯାଇଥିଲା । ଯଦିଓ ଫିଲ୍ମ ଦେଖିବା ପରେ ଲୋକଙ୍କୁ ସେତେଟା ମଜା ଆସିନଥିଲା । ଏଥିସହ ଅନେକ ଲୋକ ଏହାକୁ ବ୍ୟାନ କରିବାକୁ ମଧ୍ୟ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.