ETV Bharat / sitara

ମୁମ୍ବାଇ ପୋଲିସକୁ ଅକ୍ଷୟଙ୍କ ରିଷ୍ଟ ବ୍ୟାଣ୍ଡ ଗିଫ୍ଟ, ଚିହ୍ନିବ କୋରୋନା ଲକ୍ଷଣ

author img

By

Published : May 15, 2020, 12:07 PM IST

ପୁଣିଥରେ ସମସ୍ତଙ୍କୁ ନିଜ ଦିୱାନା କରିବାରେ ସଫଳ ହେଲେ ଅକ୍ଷୟ କୁମାର । କୋରୋନା ଯୋଦ୍ଧାଙ୍କ ପାଇଁ ଦାନ କରି ଚର୍ଚ୍ଚାରେ ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: କୋରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ଦେଶରେ ବଢିବାରେ ଲାଗିଛି। ଏମିତି ପରିସ୍ଥିତିରେ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ସହଯୋଗର ହାତ ବଢାଇବାରେ ଲାଗିଛନ୍ତି ସେଲିବ୍ରିଟି । ଖିଲାଡି ଅକ୍ଷୟ କୁମାର ପୁଣିଥର ସାହାଯ୍ୟ କରି ଚର୍ଚ୍ଚାରେ । ସେ କୋରୋନା ଭାଇରସ ମହାମାରୀ ଆରମ୍ଭରୁ ହିଁ କୋରୋନା ଯୋଦ୍ଧା ଓ ଶ୍ରମିକଙ୍କୁ ସାହାଯ୍ୟ କରିଆସୁଛନ୍ତି ।

ପୁଣିଥରେ ସେ ମୁମ୍ବାଇ ପୋଲିସକୁ ସାହାଯ୍ୟ କରିଛନ୍ତି। ସେ 1 ହଜାର ରିଷ୍ଟ ବ୍ୟାଣ୍ଡ ଦାନ କରିଛନ୍ତି। ଯେଉଁଥିରେ କୋରୋନା ଲକ୍ଷଣ ଚିହ୍ନଟ କରାଯାଇପାରିବ। ଏହାଦ୍ବାରା ମୁମ୍ବାଇ ପୋଲିସ ବିଶ୍ବରେ ପ୍ରଥମ ଏମିତି ସଙ୍ଗଠନ ସାଜିବ ଯିଏ ପ୍ରତିରୋଧକ ସ୍ବାସ୍ଥ୍ୟ ମଞ୍ଚ ସହ ନିଜ କର୍ମିଙ୍କ ସ୍ବାସ୍ଥ୍ୟକୁ ଟ୍ରାକ କରିବା ଏବଂ ପରିଚାଳିତ କରିବାରେ ସକ୍ଷମ ହେବ।

ଏହି ରେଷ୍ଟ ବ୍ୟାଣ୍ଡ ବ୍ଲଡ ପ୍ରେସର, ହାର୍ଟ ରେଟ ଏବଂ ନିଦ ବିଷୟରେ ଧ୍ୟାନ ରଖିବା ସହ କ୍ୟାଲେରିକୁ ମଧ୍ୟ କାଉଣ୍ଟ କରିବ । ଏହି ବ୍ୟାଣ୍ଡ ସାହାଯ୍ୟରେ ବ୍ୟକ୍ତିର ନିୟମିତ ତାପମାତ୍ରା ବିଷୟରେ ଜଣାପଡିବ। ପ୍ରକାଶ ଥାଉକି ଏହି ରିଷ୍ଟ ବ୍ୟାଣ୍ଡ ବର୍ତ୍ତମାନ କୋରୋନା ଯୋଦ୍ଧାଙ୍କ ପାଇଁ ଉପଲବ୍ଧ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.