ETV Bharat / sitara

ମରାଠୀରେ ରିଲିଜ ହେବ ସିଂଘମଙ୍କ ‘ତାନାଜୀ’

ବର୍ତ୍ତମାନ ଚର୍ଚ୍ଚାରେ ଅଜୟ ଓ ସୈଫଙ୍କ ଚର୍ଚ୍ଚିତ ଫିଲ୍ମ ‘ତାନାଜୀ’ । ଆସନ୍ତା ବର୍ଷ ଜାନୁଆରୀରେ ହିନ୍ଦୀ ଏବଂ ମରାଠୀ ଭାଷାରେ ରିଲିଜ ହେବ ଏହି ଫିଲ୍ମ । ମନସେ ପାର୍ଟି ତରଫରୁ ମିଳିଲା ଅନୁମତି ।

author img

By

Published : Nov 22, 2019, 2:06 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ

ମୁମ୍ବାଇ: ଅଜୟ ଦେବଗନ କେତେବେଳେ ସିଂଘମ ହୋଇ ଦର୍ଶକଙ୍କ ମନ କିଣିଥିଲେ ତ ଆଉ କେତେବେଳେ ଦୃଶ୍ୟମ ହୋଇ । ଆଉ ଏବେ ସେ ମରାଠା ଯୋଦ୍ଧା ତାନାଜୀ ମାଲୁସରେଙ୍କ ଅବତାରେ ଦର୍ଶକଙ୍କ ମନ କିଣିବାକୁ ଯାଉଛନ୍ତି । ତାଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ରିଲିଜ ହେବାକୁ ପ୍ରସ୍ତୁତ । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ 10ରେ ରିଲିଜ ହେବ । କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଥିଲେ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅଜୟ ଦେବଗନ

ଏହି ଫିଲ୍ମରେ ତାଙ୍କ ସହ ଲଢୁଥିବାର ନଜର ଆସିବେ ଛୋଟେ ନୱାବ ସୈଫ ଅଲ୍ଲୀ ଖାନ । ସେହିପରି ଅଜୟ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କାଜୋଲଙ୍କ ସହ ପାଖାପାଖି 12 ବର୍ଷ ପରେ ଏହି ଫିଲ୍ମରେ ରୋମାନ୍ସ କରୁଥିବାର ଦେଖାଯିବେ । ମେକର୍ସ ମଧ୍ୟ ଫିଲ୍ମକୁ ବଡ ସ୍ତରରେ ରିଲିଜ କରିବାକୁ ଚେଷ୍ଟା ଚଳାଇଛନ୍ତି । ଏହି ଚେଷ୍ଟାରେ ଏବେ ‘ତାନାଜୀ’ ଟିମ ଓ ଅଜୟଙ୍କୁ ବଡ ସଫଳତା ମିଳିଛି ।

କଥାଟି ହେଲା କି ଅଜୟ ପୂର୍ବରୁ ହିଁ ‘ତାନାଜୀ’ ଫିଲ୍ମକୁ ମରାଠୀ ଭାଷାରେ ଡବ କରିବାକୁ ଚାହୁଁଥିଲେ । କାରଣ ମରାଠୀ ଭାଷାରେ ଅଧିକରୁ ଅଧିକ ଦର୍ଶକ ଏହି ଫିଲ୍ମ ଦେଖିବେ । ଅଜୟଙ୍କ ଏହି ଚିନ୍ତାଧାରା ଉପରେ ଏବେ ରାଜ ଠାକରେ ପାର୍ଟି ମହାରାଷ୍ଟ୍ର ନବନିର୍ମାଣ ସେନା (ମନସେ) ରାଜି ହୋଇଯାଇଛି।

ପ୍ରକାଶ ଥାଉକି ମନସେ ହିନ୍ଦୀ ଫିଲ୍ମକୁ ମରାଠୀ ଭାଷାରେ ଡବ କରିବାର ସବୁବେଳେ ବିରୋଧ କରେ । କିନ୍ତୁ ଏଥର ତାନାଜୀ ମାଲୁସରେଙ୍କ କାହାଣୀକୁ ମହାରାଷ୍ଟରେ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି । ତେଣୁ ଅଜୟଙ୍କୁ ସମର୍ଥନ କରି ଫିଲ୍ମର ମରାଠୀ ଭର୍ସନ ରିଲିଜ କରିବାକୁ ଅନୁମତି ଦେଇଛି ମନସେ ।

ଏହି ଅବସରରେ ଅଜୟ ଟ୍ବିଟ କରି ଲେଖିଛନ୍ତି, ‘ଆମ ଫିଲ୍ମ ତାନାଜୀ ହିନ୍ଦୀ ସହ ମରାଠୀ ଦେଖିବାକୁ ଅନୁମତି ଦେଇଥିବାରୁ ଅମେୟ ଓ ମନସେକୁ ଧନ୍ୟବାଦ । ଏହା ଆମ ପାଇଁ ସମ୍ମାନର କଥା । ଆମେ ଏହି ମରାଠା ଯୋଦ୍ଧାଙ୍କ କାହାଣୀ ରାଷ୍ଟ୍ରୀୟ ଭାଷା ସହ ତାଙ୍କ ମାତୃ ଭାଷାରେ ମଧ୍ୟ ଦେଖାଇବୁ ।’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.