ETV Bharat / sitara

ସିଏଏ ପ୍ରସଙ୍ଗରେ ବୟାନ ଦେଲେ ଅଜୟଙ୍କ ଫିଲ୍ମ ହେବ ବ୍ୟାନ - ବି-ଟାଉନର ସିଂଘମ ଅଜୟ ଦେବଗନଙ୍କ ବଡ ଖୁଲାସା

ସିଏଏ ବିରୋଧ ପ୍ରଦର୍ଶନ ଉପରେ ନିଜ ପ୍ରତିକ୍ରିୟା ରଖିଲେ ଅଜୟ ଦେବଗନଙ୍କୁ ସହିବାକୁ ପଡିପାରେ କ୍ଷତି । ଏପରି କିଛି ବୟାନ ଦେଇ ଚର୍ଚ୍ଚାରେ ଆସିଛନ୍ତି ନିଜେ ଅଜୟ ।

ajay devgan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ
author img

By

Published : Dec 26, 2019, 9:46 PM IST

ମୁମ୍ବାଇ: ଦେଶରେ ବର୍ତ୍ତମାନ ସଂଶୋଧିତ ନାଗରିକତା ଆଇନ(ସିଏଏ)କୁ ନେଇ ଜନସାଧାରଣଙ୍କ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି । ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ ଏହି ବିରୋଧ ପ୍ରଦର୍ଶନର ସମର୍ଥନ କରି ନିଜ ନିଜ ପ୍ରତିକ୍ରିୟା ରଖିସାରିଛନ୍ତି । ଏହି କ୍ରମରେ ଲୋକପ୍ରିୟ ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ରିଚା ଚଡ୍ଡା, ଫରହାନ ଅଖତର, ବିଶାଲ, ଭରଦ୍ବାଜ ଭଳି ସେଲିବ୍ରିଟି ସାମିଲ ଅଛନ୍ତି ।

ଏମିତି ସେଲିବ୍ରିଟି ମଧ୍ୟ ଅଛନ୍ତି ଯିଏ ଏହି ମାମଲାରେ ଏଯାବତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ହେଲେ ଏହି କ୍ରମରେ ଆଉ ଏକ ଅଭିନେତାଙ୍କ ନାମ ସାମିଲ ହୋଇଛି । ଆଜ୍ଞା ହଁ, ବି-ଟାଉନର ସିଂଘମ ଅଜୟ ଦେବଗନ ନିକଟରେ ସିଏଏ ବିରୋଧ ପ୍ରଦର୍ଶନରେ ବୟାନ ଦେଇଥିଲେ ।

ନିକଟରେ ଅଜୟ ଓ ସୈଫ ଅଲ୍ଲୀ ଖାନଙ୍କ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ପ୍ରମୋଶନ ପାଇଁ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ । କଥାବାର୍ତ୍ତା ସମୟରେ ଅଜୟ କହିଥିଲେ ଯଦି ଆମେ କିଛି କହୁଛୁ ତେବେ ସମସ୍ତଙ୍କୁ ଖରାପ ଲାଗିପାରେ । ଯଦି ସେ କିମ୍ବା ସୈଫ କିଛି ମଧ୍ୟ କହିବେ, ତାହାଲେ ଲୋକ କାଲି ପ୍ରଦର୍ଶନ କରିବାକୁ ଲାଗିଯିବେ । ସେମାନେ ‘ତାନାଜୀ’ ଭଳି ଫିଲ୍ମକୁ ବ୍ୟାନ କରିଦେବେ । ଏହାଦ୍ବାରା କାହାର କ୍ଷତି ହେବ । ପ୍ରଯୋଜକଙ୍କର,ଆଉ ଫିଲ୍ମର ପ୍ରଯୋଜନା ସେ ହିଁ କରିଛନ୍ତି । ଏପରି ଅନେକ ଜିନିଷ ସାମ୍ନାକୁ ଆସିସାରିଛି । ଆମୀର ଖାନଙ୍କ ଠୁ ନେଇ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ ମଧ୍ୟ ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା।

ଗୋଟିଏ ଫିଲ୍ମ ନିର୍ମାଣରେ ଅନେକ ଲୋକ ସାମିଲ ଥାଆନ୍ତି । ଆଉ ଏହାର କ୍ଷତିରେ ମଧ୍ୟ ଅନେକ ଲୋକଙ୍କର କ୍ଷତି ହୋଇଥାଏ । ସେମିତି ଦେଖିବାକୁ ଗଲେ ସବୁ କଳାକାର ପ୍ରଭାବଶାଳୀ ହୋଇଥାଆନ୍ତି । ତେଣୁ ତାଙ୍କ ପ୍ରତିକ୍ରିୟାର ପ୍ରଭାବ ଜନସାଧାରଣଙ୍କ ଉପରେ ପଡିଥାଏ । ଏଥିନିମନ୍ତେ ଆମେ ସେହି ସମୟରେ କୌଣସି ପ୍ରସଙ୍ଗ ଉପରେ ନିଜ ପ୍ରତିକ୍ରିୟା ଦେବୁ ଯେବେ ଆମ ପାଖରେ ସେହି ପ୍ରସଙ୍ଗର ସଠିକ ସୂଚନା ଥିବ ବୋଲି କହିଥିଲେ ଅଜୟ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.