ETV Bharat / sitara

ଲକଡାଉନରେ ଅଜୟଙ୍କ ଫ୍ୟାନ୍ସଙ୍କୁ ଗୁଡନ୍ୟୁଜ, ଆସିବ ‘ରେଡ 2’ - ଅଜୟ ଦେବଗନଙ୍କ ଫ୍ୟାନ୍ସଙ୍କୁ ମିଳିଛି ଗୁଡନ୍ୟୁଜ

ଖୁବଶୀଘ୍ର ନିର୍ମାଣ ହେବ ହିଟ୍ ଫିଲ୍ମ ‘ରେଡ’ର ସିକ୍ବେଲ ଫିଲ୍ମ। ଘୋଷଣା କଲେ ଫିଲ୍ମ ନିର୍ମାତା ଭୂଷଣ କୁମାର...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ
author img

By

Published : Apr 23, 2020, 5:15 PM IST

ମୁମ୍ବାଇ: କୋରୋନା ଭାଇରସ ପାଇଁ ପୁରା ଦୁନିଆ ଠପ ହୋଇଯାଇଛି। ଲକଡାଉନ ପୂର୍ବରୁ ଟିଭି ଇଣ୍ଡଷ୍ଟ୍ରିଠୁ ନେଇ ବଲିଉଡ ଇଣ୍ଡଷ୍ଟ୍ରି, ସାଉଥ ଇଣ୍ଡଷ୍ଟ୍ରିର ସବୁ କାର୍ଯ୍ୟକୁ ରଦ୍ଦ କରିଦିଆଯାଇଥିଲା । ହେଲେ ଦର୍ଶକ ଘରେ ବସି ସବୁଠୁ ଅଧିକା ଶୁକ୍ରବାର ଫିଲ୍ମ ରିଲିଜକୁ ମିସ କରୁଛନ୍ତି। ସବୁ ଶୁକ୍ରବାର କୌଣସି ନା କୌଣସି ଫିଲ୍ମ ରିଲିଜ ହେଉଥିଲା । କିନ୍ତୁ ଏମିତି ପରିସ୍ଥିତିରେ ଫିଲ୍ମ ସୁଟିଂ ବନ୍ଦ ହେବା ସହ ରିଲିଜ ହେଉପାରୁନାହିଁ ଫିଲ୍ମ। ଇତିମଧ୍ୟରେ ସିଂଘମ ଅଜୟ ଦେବଗନଙ୍କ ଫ୍ୟାନ୍ସଙ୍କୁ ମିଳିଛି ଗୁଡନ୍ୟୁଜ।

ଆଜ୍ଞା ହଁ, 2018ରେ ଅଜୟଙ୍କ ଆକ୍ସନ ଥ୍ରିଲର ଫିଲ୍ମ ‘ରେଡ’ର ସିକ୍ବେଲ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଯାହାକୁ ନେଇ ଘରେ ପ୍ଲାନିଂ କରୁଛନ୍ତି ମେକର୍ସ।

ରାଜ କୁମାର ଗୁପ୍ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଜୟଙ୍କ ସହ ଇଲିୟାନ ଡିକ୍ରୁଜ, ସୌରଭ ଶୁକ୍ଲା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏବେ ନିର୍ମାତା ଭୂଷଣ କୁମାର ‘ରେଡ 2’ର ଘୋଷଣା କରିଛନ୍ତି। ଏହି ମହାମାରୀ ପରିସ୍ଥିତିରେ ଏହା ଘୋଷଣା କରି ସେ ଦର୍ଶକଙ୍କୁ ଖୁସି କରିଦେଇଛନ୍ତି।

ଏକ ସାକ୍ଷାତକାରରେ ଭୂଷଣ କହିଥିଲେ ଯେ ବାସ୍ତବ ହିରୋଙ୍କ କାହାଣୀ ଦେଖିବା ନିହାତି ଦରକାର । ଏଥର ‘ରେଡ 2’ ସହ ଆମେ ସେହି ଲୋକଙ୍କ କାହାଣୀ ଦେଖାଇବୁ ଯିଏ ବିନା ସରକାରୀ ପୋଷାକରେ ଦେଶ ପାଇଁ ହିରୋ ଭଳି କାମ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.