ମୁମ୍ବାଇ: ସୋସିଆଲ ମିଡିଆରେ ସବୁ ଜିନିଷ ରାତାରାତି ପପୁଲାର ହୋଇଯାଏ । ମଣିଷଙ୍କଠୁ ନେଇ ଯେକୌଣସି ଫିଚର ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥାଏ । ବର୍ତ୍ତମାନ ଏମିତି କିଛି ଦେଖିବାକୁ ମିଳୁଛି । ଏମିତି ଏକ ଫିଲ୍ଟର ସାମ୍ନାକୁ ଆସିଛି ଯେଉଁଥିରେ ସେଲିବ୍ରିଟିଙ୍କୁ ସାମିଲ କରାଯାଉଛି । ଆଜ୍ଞା ହଁ, ସୋସିଆଲ ମିଡିଆରେ ପପୁଲାର ହେବାରେ ଲାଗିଛି ବେବି ଫିଲ୍ଟର । ପ୍ରଥମେ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଫଟୋ ବେବି ଫିଲ୍ଟରରେ ଦେଖିବାକୁ ମିଳିଥିଲା ।
- " class="align-text-top noRightClick twitterSection" data="
">
ଆଉ ଏବେ ବଲିଉଡର ସୁପରଷ୍ଟାର ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ବେବି ଫିଲ୍ଟର ଫଟୋ ଖୁବ୍ ଭାଇରାଲ ହେଉଛି । ଯାହାକୁ ଫ୍ୟାନ୍ସ ପସନ୍ଦ ମଧ୍ୟ କରୁଛନ୍ତି । ଏହି ଫିଲ୍ଟର ସାହାଯ୍ୟରେ ଆପଣ ଫଟୋରେ ନିଜ ବୟସ କମ କରିପାରିବେ । ଯାହାଦ୍ବାରା ଆପଣ ଛୋଟ ପିଲାଙ୍କ ପରି ଦେଖାଯିବେ।
- " class="align-text-top noRightClick twitterSection" data="
">
ଏହି ଫିଚରର ବ୍ୟବହାର ଫ୍ୟାନ୍ସ ନିଜ ନିଜ ଫେଭରେଟ ସେଲିବ୍ରିଟିଙ୍କ ଫଟୋ କରୁଥିବାର ନଜର ଆସୁଛନ୍ତି । ଦେଖନ୍ତୁ ଫଟୋ...
- " class="align-text-top noRightClick twitterSection" data="
">