ETV Bharat / sitara

ରାମାୟଣ ଫିଲ୍ମରେ ଅଭିନୟ କରିବାକୁ ଚାହାଁନ୍ତି ଗୁରମିତ

author img

By

Published : May 9, 2020, 7:24 PM IST

ରାମାୟଣ କରିବା ପରେ ଦର୍ଶକମାନେ ମୋତେ ଟିଭିର ରାମ ଭାବରେ ଜାଣିଥିଲେ, କିନ୍ତୁ ମୁଁ ପ୍ରକୃତରେ ରାମାୟଣ ନାମକ ଏକ ଫିଲ୍ମ କରିବାକୁ ଚାହେଁ । ଅଧିକ ପଢନ୍ତୁ...

After TV, now Gurmeet Choudhary keen to play Ram in a film
ରାମାୟଣ ଫିଲ୍ମରେ ଅଭିନୟ କରିବାକୁ ଚାହାଁନ୍ତି ଗୁରୁମିତ

ନୂଆଦିଲ୍ଲୀ: 2008 ମସିହା ଟିଭି ଶୋ ରାମାୟଣରେ ପ୍ରଭୁ ରାମଙ୍କ ଅଭିନୟ କରିଥିଲେ ଅଭିନେତା ଗୁରୁମିତ ଚୌଧୁରୀ । ଗୁରମିତ କହିଛନ୍ତି ଯେ, ଯଦି ତାଙ୍କୁ ସୁଯୋଗ ଦିଆଯାଏ ତେବେ ସେ ରାମଙ୍କ ଚରିତ୍ରକୁ ପୁନଃ କରିବାକୁ ଚାହାଁନ୍ତି କିନ୍ତୁ, ଏକ ଚଳଚ୍ଚିତ୍ର ପାଇଁ ।

ପୌରାଣିକ ଶୋ ରାମାୟଣରେ ପ୍ରଭୁ ରାମଙ୍କ ଅଭିନୟ କରିଥିବା ଗୁରମିତଙ୍କୁ ଦର୍ଶକମାନେ ଦେଖିଥିବାର ବହୁ ସମୟ ହୋଇଗଲାଣି । ନିକଟରେ ଗୁରମିତ ଆଇ.ଏ.ଏନ.ଏସ କୁ କହିଛନ୍ତି ଯେ, ଟିଭି ଶୋ ରାମାୟଣରେ ପ୍ରଭୁ ରାମଙ୍କ ଅଭିନୟ କରିଥିବାରୁ ମୁଁ ବହୁତ ଖୁସି । ରାମାୟଣ କରିବା ପରେ ଦର୍ଶକମାନେ ମୋତେ ଟିଭିର ରାମ ଭାବରେ ଜାଣିଥିଲେ, କିନ୍ତୁ ମୁଁ ପ୍ରକୃତରେ ରାମାୟଣ ନାମକ ଏକ ଫିଲ୍ମ କରିବାକୁ ଚାହେଁ । ଏହାସହ ମୁଁ ଚାହୁଁଛି ଏହି ରାମାୟଣ ଫିଲ୍ମଟି ସମଗ୍ର ବିଶ୍ୱରେ ପହଞ୍ଚିବ ଏବଂ ମୁଁ ଆଶା କରୁଛି ଏହି ଫିଲ୍ମଟି ଲୋକମାନଙ୍କୁ ବହୁତ ପସନ୍ଦ ଆସିବ ।

ଗୁରମିତ ଆହୁରି କହିଛନ୍ତି ଯେ, ଯେତେବେଳେ ମୁଁ ବହୁତ ଛୋଟ ଥିଲି, ମୁଁ ରାମାନନ୍ଦ ସାଗରଙ୍କ ରାମାୟଣ ଦେଖିଥିଲି । ଯାହା କି ଅଶୀ ଦଶକରେ ରାମାନନ୍ଦ ସାଗରଙ୍କ ବ୍ଲକବଷ୍ଟର ପୌରାଣିକ ଧାରାବାହିକ ରାମାୟଣ ଥିଲା । ଏଥିସହ ରାମାୟଣ ଦେଖିବା ପରେ ମୁଁ ରାମଙ୍କ କାହାଣୀ ବିଷୟରେ ଜାଣିଥିଲି । ଏହାପରେ ମତେ ରାମାୟଣ କରିବାର ସୁଯୋଗ ମିଳିଥିଲା ଏବଂ ମୁଁ ଏଥିରେ ବହୁ ପରିଶ୍ରମ କରିଥିଲି । ରାମାୟଣ କରିବା ଦ୍ବାରା ଦର୍ଶକମାନେ ମତେ ବହୁତ ପସନ୍ଦ ମଧ୍ୟ କରିଥିଲେ ।

ଗୁରମିତ କହିଥଲେ ଯେ, ରାମାୟଣରେ ମୋର ଅଭିନୟ ସମାପ୍ତ ହେବା ପରେ ମୁଁ ଝଲକ ଦିଖଲାଜା ଏବଂ ନଚ ବଲିୟେ ଭଲି କିଛି ରିଆଲିଟି ଶୋରେ ଭାଗ ନେଇଥିଲି । ଏହାପରେ ମୁଁ ପୁର୍ଣ୍ଣବିବାହ ଟିଭି ସୋ କରିଥିଲି । ଏହାପରେ ଇଶ୍ବରଙ୍କ ଆଶୀର୍ବାଦ ହେତୁ ମୁଁ ଫିଲ୍ମରେ କାମ କରିବାର ସୁଯୋଗ ପାଇଥିଲି । ଖାମୋଶିଆ ମୋର ପ୍ରଥମ ଫିଲ୍ମ ଥିଲା । ମହେଶ ଭଟ ମୋତେ ଲଞ୍ଚ କରିଥିଲେ । ଖାମୋଶିଆ ପର ଠାରୁ ମୋର ଫିଲ୍ମର ଯାତ୍ରା ଆରମ୍ଭ ହୋଇଥିଲା । ବାସ୍ତବରେ, ଲକଡାଉନ ଘୋଷଣା ପୂର୍ବରୁ ମୁଁ ଆଉ ଏକ ନୂଆ ଫିଲ୍ମର ସୁଟିଂ କରୁଥିଲି । ଆମେ ଏହି ଫିଲ୍ମର 50 ପ୍ରତିଶତ ସୁଟିଂ କରିସାରିଥିଲୁ । ଲକଡାଉନ ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.